25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶମଣିଷ ଖିଆ ବାଘକୁ ପିଟିପିଟି ମାରିଦେଲେ

ମଣିଷ ଖିଆ ବାଘକୁ ପିଟିପିଟି ମାରିଦେଲେ

ଜୟପୁର: ରାଜସ୍ଥାନର ରଥାମ୍ଭର ଜାତୀୟ ଉଦ୍ୟାନ (ଆରଏନ୍‌ପି) ନିକଟବର୍ତ୍ତୀ ଉଲିଆନା ଗ୍ରାମବାସୀମାନେ ଏକ ନରଖାଦକ ବାଘକୁ ପିଟିପିଟି ମାରିଦେଇଛନ୍ତି। ରିପୋର୍ଟ ଅନୁସାରେ ଗ୍ରାମର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ୧୦ ବର୍ଷୀୟ ବାଘଟି ଶିିକାର କରି ମାରିଦେଇଥିଲା। ଏହାକୁ ନେଇ ଗ୍ରାମବାସୀମାନେ ପ୍ରତିଶୋଧପରାୟଣ ହୋଇପଡିବା ପୂର୍ବକ ସଂଘବଦ୍ଧ ଭାବେ ରକ୍ତମୁଖା ବାଘକୁ ଖୋଜିବା ସହ ପଥର ଓ କୁରାଢ଼ୀ ଦ୍ୱାରା ଆକ୍ରମଣ କରି ତାକୁ ମାରି ଦେଇଛନ୍ତି। ଘଟଣାଟି ଶନିବାର ଓ ରବିବାରର ବୋଲି ଜଣାପଡିଛି। ଗ୍ରାମବାସୀମାନେ ବାଘକୁ ମାରିସାରିବା ପରେ ଜଙ୍ଗଲ ବିଭାଗକୁ ଏସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ପହଞ୍ôଚ ବାଘର ଶବକୁ ଜବତ କରିଥିଲେ ମଧ୍ୟ ଏଯାଏ ବାଘର ମୃତ୍ୟୁ ସମ୍ପର୍କରେ କୌଣସି ପ୍ରକାରର ବିବୃତି ଜାରି କରିନାହିଁ।
ଏସବୁ ମଧ୍ୟରେ ଜଣେ ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବାନୁସାରେ ଗତ ଏକ ବର୍ଷ ଧରି ରଥାମ୍ଭରରେ ବାଘ ଉପରେ ନଜର ରଖାଯାଉ ନାହିଁ। ସେମାନଙ୍କ ଗତପଥକୁ କେହି ବି ତଦାରଖ କରୁନାହାନ୍ତି। କେତେବେଳେ ବାଘ ବିଚରଣ କରୁଥିବା ଅଞ୍ଚଳ ମଧ୍ୟକୁ ସାଧାରଣ ଲୋକମାନେ ପ୍ରବେଶ କରିଯାଉଛନ୍ତି ତ ଆଉ କେତେବେଳେ ବାଘ ଜନବସତି ଆଡ଼େ ଚାଲିଆସୁଛନ୍ତି। କେବଳ ଏହି କାରଣରୁ ଏତେ ବଡ଼ ଘଟଣା ଘଟିଛି। ସୂଚନାଯୋଗ୍ୟ, ବାଘଟି ଗାଁର ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମାରି ଦେବା ପରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କୃଷି ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୨୨ ଘଣ୍ଟା ଧରି ଜାରି ରହିଥିବା ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ଏସବୁ ଭିତରେ ଆଉ କିଛି ଗାଁ ଲୋକ ବାଘଟିକୁ ଖୋଜିବା ସହ ତାକୁ ଠାବ କରିବା ପରେ ହତ୍ୟା କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking