32.1 C
Bhubaneswar
Saturday, February 14, 2026
Homeଓଡିଶାଫୁଲୁଛି ମହାନଦୀ ଓ ଶାଖାନଦୀ

ଫୁଲୁଛି ମହାନଦୀ ଓ ଶାଖାନଦୀ

ସମ୍ବଲପୁର: ଦୁଇଦିନ ଧରି ହୀରାକୁଦ ବନ୍ଧର ୨୦ଟି ଗେଟ୍ ଖୋଲା ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। ବର୍ତ୍ତମାନ ୧୬ ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୬.୧୫ ଫୁଟକୁ ହ୍ରାସ ପାଇଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ଟା ଜଳଭଣ୍ଡାରକୁ ସେକେଣ୍ଡ ପିଛା ହାରାହାରି ୨ ଲକ୍ଷ ୨୫ ହଜାର ୨୪୯ ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୯୭ ହଜାର ୫୪୯ କ୍ୟୁସେକ୍ ନିଷ୍କାସିତ ହେଉଛି । ସ୍ପିଲ୍‌ୱେ ଦେଇ ୨ ଲକ୍ଷ ୬୦ ହଜାର ୬୭୫ କ୍ୟୁସେକ୍ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର ଚାନେଲରେ ୩୩ ହଜାର ୨୫୯ କ୍ୟୁସେକ୍‌, ଜଳସେଚନ ପାଇଁ ବିଭିନ୍ନ କେନାଲରେ ୩୦୦୧ କ୍ୟୁସେକ୍ ଏବଂ ଶିଳ୍ପସଂସ୍ଥାମାନଙ୍କ ପାଇଁ ୨୩୪ କ୍ୟୁସେକ୍ ଜଳ ଛଡ଼ା ଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking