29.1 C
Bhubaneswar
Monday, January 19, 2026
Homeଅପରାଧପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ!

ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ!

ନୟାଗଡ଼ : ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ! ଏପରି ଲଜ୍ଜା ଜନକ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ରବିବାର ପ୍ରେମୀ ଯୁଗଳ ଫତେଗଡ ରାମ ମନ୍ଦିର ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ଉଭୟ ସନ୍ଧ୍ୟା ବେଳେ ଫେରୁଥିଲେ। ତେବେ ଅଧା ରାସ୍ତାରେ କିଛି ନିଶାଶକ୍ତ ଯୁବକ ଛୁରୀ ଦେଖାଇ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନେ ଉଭୟଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ତା’ପରେ ତାଙ୍କ ଆଗରେ ତାଙ୍କ ପ୍ରେମିକାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏଥିସହ ଗଣ ଦୁଷ୍କର୍ମ ସମୟରେ ଭିଡ଼ିଓ ରେକଡିଂ କରିଥିଲେ। ପ୍ରେମୀ ଯୁଗଳଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲା। ତା’ପରେ ସେମାନଙ୍କୁ ସେହି ଜଙ୍ଗଲ ଭିତରେ ଛାଡ଼ି ପଳାଇ ଯାଇଥିଲେ। ଆଉ ଗଲା ବେଳେ ଧମକ ଦେଇଯାଇଥିଲେ।

ବହୁ କଷ୍ଟରେ ଜୀବନ ବିକଳରେ ପ୍ରେମୀ ଯୁଗଳ ଜଙ୍ଗଲରୁ ବାହାରି ଘରକୁ ଫେରିଥିଲେ। ଲୋକ ଲଜ୍ଜା ଭୟରେ ଜଙ୍ଗଲରେ ଯାହା ଘଟିଥିଲା, ସେ ସମ୍ପର୍କରେ କାହାକୁ କହିନଥିଲେ। ହେଲେ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ଅଭିଯୁକ୍ତମାନେ ଯୁବତୀଙ୍କ ପାଖକୁ ଫୋନ୍ କରିଥିଲେ। ପୁଣି ଥରେ ଯିବା ପାଇଁ କହିଥିଲେ। ନଗଲେ ଦୁଷ୍କର୍ମ ସମୟରେ ରେକଡିଂ କରିଥିବା ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତା ଯୁବତୀ ନଯିବାରୁ ଦୁଷ୍କର୍ମକାରୀମାନେ ଭିଡିଓକୁ ଭାଇରାଲ୍ କରିଦେଇଥିଲେ। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗୁରୁବାର ପୀଡ଼ିତା ଏନେଇ ପତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking