24.1 C
Bhubaneswar
Wednesday, January 14, 2026
Homeଓଡିଶାତୁଟୁନି ସାରଥୀ ମୋହ ଏବେ ବି ଚାଲିଛି ସତସଙ୍ଗ

ତୁଟୁନି ସାରଥୀ ମୋହ ଏବେ ବି ଚାଲିଛି ସତସଙ୍ଗ

ମୟୁରଭଞ୍ଜ: ଭକ୍ତି ମାର୍ଗ ନା ଅନ୍ଧ ବିଶ୍ବାସ । ତୁଟୁନି ସାରଥୀ ମୋହ ଏବେ ବି ଚାଲିଛି ସତସଙ୍ଗ ।ସାରଥୀଙ୍କ ଭକ୍ତ ଭିନ୍ନ ତରିକାରେ ଚଳାଇଛନ୍ତି ପ୍ରଚାର ଓ ପ୍ରସାର । ସୋନ୍ତୋଷ ରାଉଳ ଓରଫ ସାରଥୀଙ୍କ ପୂଜାର୍ଚ୍ଚନା ।କୌଣସି ପ୍ରବଚନ ଦେଇ ପାରିବେ ନାହିଁ କି ସତସଙ୍ଗ କରି ପାରିବେ ନାହିଁ ବୋଲି ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ସାରଥୀଙ୍କ ଭକ୍ତ ଭିନ୍ନ ତରିକାରେ ଚଳାଇଛନ୍ତି ପ୍ରଚାର ପ୍ରସାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ପଦ୍ଦ୍ମପୋଖରୀ ଗାଁରେ ସୋନ୍ତୋଷ ରାଉଳ ଓରଫ ସାରଥୀର ଫୋଟ ଓ ପାଦୁକା ରଖି ସୁସଜ୍ଜିତ ରଥରେ ପୂଜା କରା ଯାଇଥିଲା। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଏତଦ୍ ବ୍ୟତୀତ ସତସଙ୍ଗ କରାଯିବା ସହ ଖାଦ୍ୟ ପାନୀୟ ବ୍ୟବସ୍ଥା ହୋଇଥିଲା।ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜେ ପ୍ରବଚନ କି ଶୋଭାଯତ୍ରା ନ କରି ପାରି ଲୋକଙ୍କ ଦ୍ୱାରା ଏପରି କାର୍ଯ୍ୟକ୍ରମ କରୁଥିବା କୁହାଯାଉଛି ।ତେବେ ଏବେ ବି ଭଣ୍ଡ ସାରଥୀଙ୍କ ମାୟାରେ ବାୟା ଅନ୍ଧ ଭକ୍ତ। ମାନ୍ୟବରକୁ ଛାଡ଼ି ପାରୁ ନାହାଁନ୍ତି ବହୁ ଲୋକ । ଆଉ ସାରଥୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି । ଏତେ ସବୁ କେଳେଙ୍କାରି ଘଟଣା ଘଟିବା ପରେ ବି ଅନ୍ଧଭକ୍ତ କରୁଛନ୍ତି ସତସଙ୍ଗ।ଏବେ ସର୍ତ୍ତମୂଳକ ଜାମିନରେ ଅଛନ୍ତି ସାରଥୀଙ୍କ ଅନ୍ଧଭକ୍ତ ମାନେ ଚିରାଚରିତ ଢଙ୍ଗରେ ସତସଙ୍ଗ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶାସନ ଅନୁମତି ଦେଇ ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ବାସର ପ୍ରଚାର ପ୍ରସାର ପାଇଁ ଅନୁମତି ଦେଇ କୋଉ ମହତ ଉଦ୍ଦେଶ୍ୟ ସାଧନକୁ ପ୍ରୋତ୍ସାହିତ କରିଛନ୍ତି ତାକୁନେଇ ଏବେ ସାଧାରଣରେ ଚର୍ଚ୍ଚା ଯେତେ ଯୋର ଧରୁଛି ତାଠାରୁ ଅଧିକ ଅସନ୍ତୋଷ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking