26.1 C
Bhubaneswar
Friday, June 27, 2025
Homeଓଡିଶାସ୍ନାନମଣ୍ଡପରେ ଗଜାନନ ବେଶରେ ମହାପ୍ରଭୁ

ସ୍ନାନମଣ୍ଡପରେ ଗଜାନନ ବେଶରେ ମହାପ୍ରଭୁ

ପୁରୀ: ସ୍ନାନମଣ୍ଡପରେ ଗଜାନନ ବେଶରେ ମହାପ୍ରଭୁ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ସ୍ନାନବେଦିରେ ଚତୁର୍ଦ୍ଧା ବିଗ୍ରହ । ତିନି ରଥରେ ଗଜପତି କରୁଛନ୍ତି ଛେରାପହଁରା । ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ ସେବାୟତମାନେ ତାଙ୍କୁ ସ୍ନାନ କରିବା କାର୍ଯ୍ୟ ଆରମ୍ଭ କରିଥିଲେ  । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking