18.1 C
Bhubaneswar
Thursday, February 12, 2026
Homeଓଡିଶାସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକ ଜାମପଦର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଗ୍ରାମର ବିକାଶ ସାଗରଙ୍କ ପୁଅ ଭାବଗ୍ରାହୀ ସାଗର ଏବଂ ଝିଅ ସାଗରଙ୍କ ମୃତ୍ୟୁ ଘଟିଛି। ଉଭୟ ଶିଶୁ ରାତିରେ ବାପା ମାଆଙ୍କ ସହ ଖାଇପିଇ ଶୋଇଥିଲେ। ସକାଳୁ ଦୁଇ ଶିଶୁ ଅଚେତ ଅବସ୍ଥାରେ ଥିଲେ। ଉଭୟଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ତେବେ ଶିଶୁ କନ୍ୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁ ପୁତ୍ରଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନେବା ବେଳେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ଘର ଭିତରୁ ସାପ ବାହାରିବାରୁ ସାପ କାମୁଡାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking