27.1 C
Bhubaneswar
Sunday, July 7, 2024
Homeଓଡିଶାପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଞ୍ଜାମ : ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଗ୍ରାମରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ କାଳୁପାତ୍ର ସାହିର ରଘୁ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଆଜି ଭୋର ସମୟରେ ବୃଦ୍ଧ ଜଣଙ୍କ ପାଖରେ ଥିବା ରାଧି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ହଠାତ ରଘୁଙ୍କ ଗୋଡ ଖସିଯାଇଥିଲା ଏବଂ ସେ ପୋଖରୀ ଭିତରେ ପଡିଯାଇଥିଲେ । ତେବେ ସଙ୍ଗେସଙ୍ଗେ ସେଠାରେ ଥିବା ଲୋକମାନେ ରଘୁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନା ଅଧିକାରୀ ଖବର ପାଇବା ପରେ ଡାକ୍ତରଖାନାରେ ପହଂଚି ମୃତ ଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking