27.1 C
Bhubaneswar
Friday, October 18, 2024
Homeଓଡିଶାପୋଖରୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ

ପୋଖରୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ

ବ୍ରହ୍ମପୁର : ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଖଲ୍ଲିକୋଟ ଥାନା ମରେଇ ନୂଆଗାଁରେ ଅଭାବନୀୟ ଘଟଣା। ଗାଁର ପୋଖରୀରେ ଗାଧୋଉଥିବା ବେଳେ ତିନି ଶିଶୁ ବୁଡିଗଲେ । ଦୁଇ ଶିଶୁଙ୍କ ମୃତ୍ୟୁ, ଜଣେ ସୁରକ୍ଷିତ ଉଦ୍ଧାର । ମୃତ ଦୁଇ ଶିଶୁ ହେଲେ ଭାଇ ଭଉଣୀ । ସେମାନେ ହେଲେ ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦୀପ ଶବର ଓ ୩ ବର୍ଷର ଝିଅ ରୋଷଣୀ ଶବର । ସୁରକ୍ଷିତ ଉଦ୍ଧାର ହୋଇଥିବା ଅନ୍ୟ ଜଣେ ଶିଶୁ ଐଶ୍ବର୍ଯ୍ୟ ଶବରକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭାଇ ଭଉଣୀ ଦୁଇ ଜଣ ପୋଖରୀ ନିକଟରେ ଖେଳିବା ବେଳେ କୌଣସି କାରଣ ବଶତଃ ପାଣିରେ ପଡି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ବାପା ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ । ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking