31.1 C
Bhubaneswar
Tuesday, March 24, 2026
Homeଓଡିଶାଚଢ଼ିଗଲା ଗଲା ଅଜଣା ଗାଡ଼ି ଚାଲିଗଲା ପରିବା ବିକାଳିଙ୍କ ଜୀବନ

ଚଢ଼ିଗଲା ଗଲା ଅଜଣା ଗାଡ଼ି ଚାଲିଗଲା ପରିବା ବିକାଳିଙ୍କ ଜୀବନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନଖା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରିବା ବିକାଳିଙ୍କ ଉପରେ ମାଡିଗଲା ଅଜଣା ଗାଡ଼ି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଳନ୍ଧର ଦୀପ। ତାଙ୍କ ଘର ମୁଣ୍ଡାଗାଁରେ। ଆଜି ସକାଳେ ଜଳନ୍ଧର ସାପ୍ତାହିକ ହାଟକୁ କଣ୍ଟାବାଞ୍ଜି ଆସୁଥିଲେ। ଏହି ସମୟରେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଳନ୍ଧରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। କଣ୍ଟାବାଞ୍ଜି ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking