ମାଲକାନଗିରି : ପରୀକ୍ଷା ଦେବାକୁ ଯାଉଥିବା ବେଳେ ଚାଲିଗଲା ୧୦ମ ଛାତ୍ରଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନକିରି ଚନ୍ଦନଗୁଡା ନିକଟରେ । ଦୁର୍ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳୁଛି । ସୂଚନା ଅନୁଯାୟୀ ବାଇକରେ ଛାତ୍ର ଜଣଙ୍କ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ପିକଅପ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ହୋଇଛି ।










