ନାଉଗାଁ: ଅମର ଶହିଦ ପ୍ରସନଙ୍କ ପାଇଁ ଆଜି ଗର୍ବିତ ପାରିଶିଖର। ଆଜି ବି ମନେ ପଡ଼େ ସେହି ଦିନର ୪୦ ଯବାନଙ୍କ ବଳିଦାନର ଗାଥା। ୨୦୧୯ ଫେବୃଆରୀ ୧୪ ଯେଉଁ ଦିନକୁ ଭୁଲିନି ସମଗ୍ର ଭାରତ। ଯେଉଁ କଥା ମନେ ପଡିଲେ ଦେହରେ ଖେଳି ଯାଏ ଶିହରଣ, ଆଖିରେ ଝିରିଆସେ ଆଶୃଳ ଲହୁ ଏବଂ ଥରୀ ଉଠେ ଛାତି । ଏହି ଦିନ ହୋଇଥିଲା ଜାମ୍ମୁକାଶୀମୀରର ପୁଲୱାମାରେ ସେନାବାହିନୀର ଗାଡି ଉପରକୁ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଯେଉଁ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଶହିଦ ହୋଇଥିଲେ ୪୦ ବୀର ଯବାନ। ଯାହାଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ପାରିଶିଖର ଗ୍ରାମର ଶହିଦ ପ୍ରସନ ସାହୁ। ଯାହାଙ୍କ ବଳିଦାନରେ ଗର୍ବିତ ହୋଇଥିଲା ନାଉଗାଁ ମାଟି ଓ ଦେଶ। ତାଙ୍କର ଏହି ବଳିଦାନ ଆଜି ବିତି ଯାଇଛି ୭ ବର୍ଷ । କିନ୍ତୁ ତାଙ୍କର ଏହି ବଳିଦାନକୁ ଭୁଲିନି ନିଜ ଜନ୍ମମାଟି ଆଉ ସାରା ଦେଶ। ଯାହାକୁ ଝୁରୁଛି। ଦଶ ପାଇଁ ତାଙ୍କର ଏହି ବଳିଦାନକୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ। ଆଜି ତାଙ୍କର ଏହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ଉତ୍କଳ ସେବାନିବୃତ୍ତ ସେନାନୀ ସଙ୍ଘ ପକ୍ଷରୁ ଏହି ବଳିଦାନ ଦିବସ ପାଳିତ କରାଯାଉ ଥିବାବେଳେ ମୁଖ୍ୟ ଅତିଥିଭାବେ ସିଆର୍ପିଏଫ୍ ଡିଆଜିପି ଭରତ ଭୂଷଣ ସେଠୀ ଯୋଗଦେଇ ଥିବାବେଳେ ତାଙ୍କ ସହ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଦସ୍ୟା ଅମିତା ସ୍ୱାଇଁ, ଉତ୍କଳ ସେବା ନିବୃତ୍ତ ସେନାନି ସଙ୍ଘର ସଭାପତି ସୋମନାଥ ମହାରଣା, ସମାଜସେବୀ ବିଜୟ କୁମାର ବାରିକ, ମନୋଜ ସ୍ୱାଇଁ, ନାଉଗାଁ ଥାନା ଏଏସ୍ଆଇ ପ୍ରସନଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ସଂଘର ଯୁଗ୍ମ ସମ୍ପାଦକ କେଦାର ଦାସ ପରିଚାଳନା କରିଥିଲେ।










