26.1 C
Bhubaneswar
Wednesday, February 11, 2026
Homeଅପରାଧଟଙ୍କା ପାଇଁ ଚାଲିଗଲା ଶ୍ରମିକଙ୍କ ଜୀବନ

ଟଙ୍କା ପାଇଁ ଚାଲିଗଲା ଶ୍ରମିକଙ୍କ ଜୀବନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବିଚ୍‌ ରାସ୍ତାରେ ଶ୍ରମିକଙ୍କୁ ଲାତ ମାରିଲେ, ଆଉ ଆଖି ପିଛୁଳାକେ ଟଳି ପଡ଼ିଲେ ଶ୍ରମିକ । ମୃତକ ହେଲେ ଗାଡ଼ିଆଜୋର ଗାଁର ଗୋପବନ୍ଧୁ ଧରୁଆ । ଗୋପବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ମାଲିକ ସୁଦାମ ଧରୁଆଙ୍କୁ ଥାନାରେ ଅଟକ ରଖିଛି। ସୁଦାମ ଗତ ରବିବାର କିଛି ଟଙ୍କା ଦେଇ ଗୋପବନ୍ଧୁଙ୍କୁ ନିକଟ କେନ୍ଦୁମୁଣ୍ଡି ଗାଁରୁ ସାର ଆଣିବାକୁ କହିଥିଲେ। ଏଥିସହ ବଳକା ଟଙ୍କାକୁ ଘରେ ଦେବାକୁ କହିଥିଲେ। କିନ୍ତୁ ଗୋପବନ୍ଧୁ ବଳକା ଟଙ୍କାକୁ ଖର୍ଚ୍ଚ କରି ଦେଇଥିବା ବେଳେ ଆଉ ସୁଦାମଙ୍କୁ ଫେରାଇ ନ ଥିଲେ। ଗତକାଲି ଗୋପବନ୍ଧୁ ଧରୁଆ ଓ ଅନ୍ୟଜଣେ ସାଥି ଗାଁ ମୁଣ୍ଡରେ ଥିବା ପୋଲ ଉପରେ ବସିଥିଲେ। ଉକ୍ତ ସମୟରେ ସୁଦାମ ସେଠାରେ ପହଞ୍ଚିଥିଲେ। ଟଙ୍କା ନ ଫେରାଇବାକୁ ନେଇ ଗୋପବନ୍ଧୁଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ସୁଦାମ ଗୋପବନ୍ଧୁଙ୍କୁ ଲାତ ମାରିଥିଲେ। ଫଳରେ ସେହିଠାରେ ହିଁ ଅଚେତ ହୋଇ ପଡ଼ିଥିଲେ ଗୋପବନ୍ଧୁ। ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଶବ ଜବତ କରି ସୁଦାମଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking