18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କଲେ ଲ୍ୟାବ୍ ଆଟେଣ୍ଡାଣ୍ଟ

ୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କଲେ ଲ୍ୟାବ୍ ଆଟେଣ୍ଡାଣ୍ଟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ସରକାରୀ ହସ୍ପିଟାଲର ଅବସ୍ଥା ଏତେ ଖରାପ ଯେ ଜଣେ ଲ୍ୟାବ୍ ଆଟେଣ୍ଡାଣ୍ଟ ୟୁଟ୍ୟୁବ ଭିଡିଓ ଦେଖି ରୋଗୀଙ୍କ ଇସିଜି କରିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଯୋଧପୁରର ସରକାରୀ ହସ୍ପିଟାଲରେ ୟୁଟ୍ୟୁବର ସହାୟତା ନିଆଯାଇ ଜଣେ ରୋଗୀଙ୍କ ଇସିଜି ସ୍କାନ୍ କରାଯାଇଛି । ଲ୍ୟାବ୍ ଆଟେଣ୍ଡାଣ୍ଟ ଭିଡିଓ ଦେଖି ରୋଗୀଙ୍କ ଇସିଜି କରିଛନ୍ତି ।

ଏଠାରେ ହସ୍ପିଟାଲରେ କର୍ମଚାରୀଙ୍କର ଏତେ ଅଭାବ ରହିଛି ଯେ ଅବସ୍ଥାରେ ଏଠି ଆସି ପହଞ୍ଚିଛି । ଭିଡିଓରେ ରୋଗୀଙ୍କ ସମ୍ପର୍କୀୟ ଚିନ୍ତିତ ଥିବାର ଦେଖାଯାଉଛନ୍ତି । ସେମାନେ କହୁଛନ୍ତି, ସଠିକ୍ ସୂଚନା ବିନା ସ୍କାନ୍ କରିବା ଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ । ଏମିତିରେ ପରିଚାଳକଙ୍କ କହିବା ଥିଲା, ସେମାନଙ୍କ ପାଖରେ ଷ୍ଟାଫ୍ ସଦସ୍ୟ ନାହାନ୍ତି । ହେଲପର ମଧ୍ୟ କହିଥିଲେ ଯେ ଲ୍ୟାବ୍ ଟେକ୍ନିସିଆନ୍ ଦୀପାବଳି ଛୁଟିରେ ଘରକୁ ଯାଇଛନ୍ତି । ସବୁ କିଛି ଠିକ୍ ଜାଗାରେ ସ୍ଥାପନ କରାଯାଇଛି । ମେସିନକୁ ଯାହା କରିବାକୁ ହେବ, ସେ କରିବ । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମେଡିକାଲ କଲେଜର ପ୍ରିନ୍ସିପାଲ୍ କହିଛନ୍ତି, ଘଟଣା ଏବଂ ଭିଡିଓର ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking