32.1 C
Bhubaneswar
Tuesday, February 17, 2026
Homeଦେଶ ବିଦେଶସ୍ୱାମୀକୁ କୁରାଢିରେ ହାଣି ହତ୍ୟା କଲା ସ୍ତ୍ରୀ

ସ୍ୱାମୀକୁ କୁରାଢିରେ ହାଣି ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀକୁ କୁରାଢିରେ ହାଣି ହତ୍ୟା କଲା ସ୍ତ୍ରୀ । ମହାରାଷ୍ଟ୍ରର କରାଡ ସହର ସାଙ୍ଗଲି ଜିଲ୍ଲାର ଆଗାଶିବନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଥାଉକି, ଆଜି ସକାଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେ ଜୋରରେ ବୃଦ୍ଧି ପାଇଥିଲା ଯେ, ସାରିକା କ୍ରୋଧିତ ହୋଇ ରାଜେନ୍ଦ୍ରକୁ କୁରାଢିରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ରାଜେନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking