26.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶମହିଳାଙ୍କ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କଲା ହତ୍ୟାକାରୀ

ମହିଳାଙ୍କ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କଲା ହତ୍ୟାକାରୀ

ବାଙ୍ଗାଲୁରୁ : ଶ୍ରଦ୍ଧା ୱାକର ମୃତ୍ୟୁ ଘଟଣାର ହେଲା ପୁନରାବୃତି । ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କଲା ହତ୍ୟାକାରୀ । ଦୀର୍ଘ ୧୫ ଦିନ ଯାଏଁ ଫ୍ରିଜରେ ଥିଲା ମୃତ ଶରୀରର ଖଣ୍ଡ ଖଣ୍ଡ ଅଂଶ । ୨୦୨୨ ମସିହା ରାଜଧାନୀ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାକରଙ୍କ ମୃତ୍ୟୁ ଘଟଣା ମନରୁ ଲିଭିନି । କିନ୍ତୁ ପୁଣି ଥରେ ଜଣେ ଯୁବତୀଙ୍କ ସହ ଘଟିଛି ସମାନ ଘଟଣା । ଯାହା ବିଷୟରେ ଜାଣିଲେ ଆପଣଙ୍କ ହୃଦୟ ବି ଥରି ଉଠିବ । ଯୁବତୀଙ୍କୁ କେବଳ ହତ୍ୟା କରା ଯାଇଛି ତା ନୁହେଁ ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୨ ଖଣ୍ଡ କରି ଫ୍ରିଜରେ ରଖିଥିଲା ହତ୍ୟାକାରୀ । ବେଙ୍ଗାଲୁରୁରେ ଗତକାଲି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବେଙ୍ଗାଲୁରୁର ଭାୟାଲିକାଲ ଅଞ୍ଚଳରେ ଘଟିଛି ଏହି ଘଟଣା ।

ମହିଳାଙ୍କ ବାସଭବନରେ ଅତି ନିର୍ମମ ଭାବରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଶରୀରର ଖଣ୍ଡ ଅଂଶକୁ ରଖାଯାଇଥିଲା । ବର୍ତ୍ତମାନ ମୃତଦେହକୁ ଜବତ କରିଛି ପୋଲିସ୍ । ମୃତକଙ୍କ ନାମ ମହାଲକ୍ଷ୍ମୀ ବୋଲି ଜଣାପଡିଛି । ହତ୍ୟାକାରୀ ପ୍ରଥମେ ମହିଳାଙ୍କ ଶରୀରକୁ ପ୍ରାୟ ୨୦ ରୁ ୪୦ ଖଣ୍ଡ କରିଥିଲା । ପରେ ଏକ ୧୬୫ ଲିଟର ରେଫ୍ରିଜରେଟର ଭିତରେ ମୃତଦେହକୁ ରଖାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ୧୫ ଦିନ ପୂର୍ବରୁ ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଚଳିତ ବର୍ଷ ସେପ୍େଟମ୍ବର ୨ ରୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ପୀଡିତାଙ୍କ ପଡ଼ୋଶୀମାନେ ଦୁର୍ଗନ୍ଧ କରୁଥିବା ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ଏବଂ ଏଫଏସଏଲ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହତ୍ୟା ପଛର ଉଦ୍ଦେଶ୍ୟ କିମ୍ବା କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ସୂଚନା ମିଳିନାହିଁ ।

ମହିଳା ଜଣକ ନେପାଳୀ ବୋଲି ପୋଲିସ କହିଛି । ମୁନେଶ୍ୱରନଗର ଅଞ୍ଚଳରେ ଘରର ପ୍ରଥମ ମହଲାରେ ରହୁଥିଲେ ମହାଲକ୍ଷ୍ମୀ । ପୋଲିସର ସୂଚନାନୁସାରେ ମହିଳା ଜଣକ ବିବାହିତ ଥିଲେ । ବ୍ୟକ୍ତିଗତ କାରଣରୁ ସେ ସ୍ୱାମୀ ହୁକୁମ ସିଂ ରାଣାଙ୍କଠାରୁ ଅଲଗା ହୋଇ ଭଡା ଘରେ ରହୁଥିଲେ । ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି । ପୋଲିସ କମିଶନର ସତୀଶ କୁମାର ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଫ୍ରିଜରେ ରଖାଯାଇଥିବା ମହିଳାଙ୍କ ମୃତ ଦେହର ଖଣ୍ଡ ବିଖଣ୍ଡିତ ଅଂଶକୁ ପୋଲିସ ଜବତ କରିଛି । ଉକ୍ତ ଖଣ୍ଡ ଅଂଶ ଗୁଡ଼ିକରୁ ଦୁର୍ଗନ୍ଧ ବାହାରିଥିଲା, ଗନ୍ଧରୁ ରକ୍ଷା ପାଇବା ପାଇଁ ହତ୍ୟାକାରୀ ସେଥିରେ ରାସାୟନିକ ପଦାର୍ଥ ମଧ୍ୟ ସ୍ପ୍ରେ କରିଥିଲା । ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଘର ବାହାରେ ତାଲା ପକାଇ ଫେରାର ହୋଇ ଯାଇଥିଲା । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking