27.1 C
Bhubaneswar
Tuesday, March 31, 2026
Homeଓଡିଶାବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମା’

ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମା’

ବ୍ରହ୍ମପୁର: ବ୍ରହ୍ମପୁର ସହରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଗୁରୁବାର ମଧ୍ୟରାତ୍ରରେ ମା’ଙ୍କ ବାପା ତଥା ଯାତ୍ରାର ପରିଚାଳକଙ୍କ ସମେତ ଶତାଧିକ ସହରବାସୀ ବିରାଟ ପଟୁଆରରେ ମା’ଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ମାଁଙ୍କ ମସ୍ତକରୁ ଆଜ୍ଞାମାଳ ଚାଙ୍ଗୁଡ଼ିରେ ପଡ଼ିଥିଲା । ଏହାପରେ ମା’ଙ୍କ ଆଜ୍ଞାମାଳ ଥିବା ଚାଙ୍ଗୁଡ଼ିକୁ ଆଣି ଅସ୍ଥାୟୀ ପୀଠରେ ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଥିଲା ମାଁଙ୍କ ଯାତ୍ରା। ଶୁକ୍ରବାର ବଡ଼ି ଭୋରୁ ଦେଶୀ ବେହେରା ସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ କରିଛନ୍ତି ମା’। ଏବେ ବାପ ଘରେ ୨୬ ଦିନ ରହି ପାଇବେ ପୂଜାର୍ଚ୍ଚନା । ଏହି ସମୟରେ ବ୍ରହ୍ମପୁର ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ନେଇ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking