ପୁରୀ: ଆରମ୍ଭ ହେଲା ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି । ଧାଡି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡଦାଣ୍ଡ । ତାଳଧ୍ୱଜ ରଥରେ ବିରାଜମାନ କରିବେ ବଳଭଦ୍ର । ଆଜିଠାରୁ ଶ୍ରୀଜିଉଙ୍କ ୯ ଦିନିଆ ରଥଯାତ୍ରା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି।