16.1 C
Bhubaneswar
Sunday, December 7, 2025
Homeଓଡିଶାଫୁଲୁଛି ଜଳକା ଓ ବୁଢାବଳଙ୍ଗ ନଦୀ

ଫୁଲୁଛି ଜଳକା ଓ ବୁଢାବଳଙ୍ଗ ନଦୀ

ବାଲେଶ୍ୱର: ପୁଣିଥରେ ବାଲେଶ୍ୱରକୁ ବନ୍ୟା ଭୟ । ଲଗାଣ ବର୍ଷା ଯୋଗୁ ବଢୁଛି ଜଳକା ଏବଂ ବୁଢା ବଳଙ୍ଗ ନଦୀର ଜଳସ୍ତର । ଉଭୟ ଜଳକା ଏବଂ ବୁଢାବଳଙ୍ଗ  ନଦୀର ଜଳସ୍ତର  ବିପଦ ସଂକେତ ଟପିଛି । ଫଳରେ ବାଲେଶ୍ୱର ସଦର ଅଞ୍ଚଳରେ ଚାଷ ଜମି ସହ ଗୋଟିଏ ପରେ ଗୋଟିଏ ଗାଁରେ ପାଣି ପଶିବାରେ ଲାଗିଛି । ଭୁଜୁରୀ ବଜାର ଛକ ନିକଟରେ  ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ସେହିପରି ଗତ ଦୁଇ ଦିନ ଧରି ବସ୍ତା ସେତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର , ମୋରଡା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ  ବଢୁଛି ଜଳସ୍ତର । ନଦାରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି  ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ମଥାନି ବାହରଦା କୁଡିଆ ଭଳି ୧୦ଟି ପଞ୍ଚାୟତ ପ୍ରବାହିତ ହେବାର ଆଶଙ୍କା ରହିଛି । ବନ୍ୟା ହେଲେ ହଜାର ହଜାର ହେକ୍ଟର ଜମିରେ  କିଛି ଦିନ ପୂର୍ବରୁ ରୁଆ ଯାଇଥିବା ଧାନ ତଳି ମଧ୍ୟ ପଚି ନଷ୍ଟ ହେବାର ମଧ୍ୟ ଆଶଙ୍କା କରାଯାଉଛି ।  ଯାହାକୁ ନେଇ ଚିନ୍ତାରେ ଚାଷୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking