ଭୁବନେଶ୍ୱର: ଗୃହରେ ଉଠିଲା ଯାତ୍ରା ନୃଶଂସତା ପ୍ରସଙ୍ଗ। ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ବାବୁ ସିଂ । ଓଡ଼ିଶାରେ କଳା, ସଂସ୍କୃତିକୁ ବଞ୍ଚାଇବାକୁ ଆମେ ସରକାରକୁ ଆସିଛୁ । କିନ୍ତୁ କେଉଁଠି ନା କେଉଁଠି ଆମ କଳା , ସଂସ୍କୃତି ଅତି ତଳକୁ ଖସି ଯାଇଛି । ଯିଏ ସଂସ୍କୃତି ନଷ୍ଟ କରିବାକୁ ଚାଁହୁଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ। ଯାତ୍ରା ପୂର୍ବରୁ ସେନ୍ସର ଦ୍ୱାରା ସୀମା ନିର୍ଧାରଣ ଆବଶ୍ୟକ ରହିଛି । ପେଣ୍ଡାଲରେ ଘୁଷୁରୀ କୁକୁଡ଼ା ମାଂସ ଖାଇବା ସଂସ୍କୃତି ପ୍ରତି କୁଠାରଘାତ ।