ପୁରୀ: ୪୮ ବର୍ଷ ପରେ ରତ୍ନଭଣ୍ଡାର ଗଣତି । ଆଜି ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାର ସବୁ ଅଳଙ୍କାରର ହେବ ଗଣତିମଣତି । ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ, ଆଉ ୧୯୭୮ ମସିହା ପରେ ପୁଣିଥରେ ଜଳଜଳ ହୋଇ ଦିଶିବ କାଳିଆ ସାଆନ୍ତଙ୍କ ସୁନା-ରୁପା ଅଳଙ୍କାର । ଆଜି ଆରମ୍ଭ ହେବ ରତ୍ନ ଭଣ୍ଡାରରେ ଥିବା ଦୁର୍ମୂଲ୍ୟ ରତ୍ନ ଅଳଙ୍କାରର ଗଣତିମଣତି। ଶୁଭବେଳା ଦିନ ୧୨ଟା ୯ରୁ ୧ଟା ୪୦ ମଧ୍ୟରେ ଅଳଙ୍କାର ଗଣତିମଣତି ଆରମ୍ଭ ହୋଇଛି । ଏଥି ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପ୍ର ସ୍ତୁ ତି କରିଛି । ଗଣତିମଣତି ଚାଲିବାକୁ ଥିବାରୁ ଶ୍ରଦ୍ଧାଳୁ କେବଳ ବାହାର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଭିତରେ ଭିଡ଼ କମ୍ ରଖିବା ନିମନ୍ତେ ବରାଦି ଅନ୍ନ ମହାପ୍ରସାଦ ମଧ୍ୟ ଶୀଘ୍ର ବାହାରିବ।
ଗଣତିମଣତି ନିମନ୍ତେ ଆନୁସଙ୍ଗିକ ଜିନିଷ ପତ୍ର କଡ଼ା ସୁରକ୍ଷା ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନିଆଯିବ। ସେହିପରି ଆବଶ୍ୟକ ସହାୟତା ନିମନ୍ତେ ଶ୍ରୀମନ୍ଦିର ବାହାରେ ଅଗ୍ନିଶମ ବାହିନୀ,ଅକ୍ସିଜେନ୍ ସହ ଆମ୍ବୁଲାନ୍ସ ଟିମ୍, ସ୍ନେକ ହେଲ୍ପଲାଇନ୍ କୁଇକ୍ – ରେସପନ୍ସ ଟିମ୍ ପ୍ରମୁଖ ମୁତୟନ ହେବେ। ଟ୍ରେଜେରିରୁ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ। ପରେ ରତ୍ନଭଣ୍ଡାର ଗଣତିମଣତି ହେବ।ଗଣତିମଣତି ଶେଷ ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ପୁନଶ୍ଚ ତାଲା ପଡ଼ିବ ଓ ଚାବି ଜିଲ୍ଲା ଟ୍ରେଜେରିକୁ ଯିବ। ମାର୍ଗ ଦର୍ଶି କା ଅନୁଯାୟୀ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ପରେ ବାହାର ରତ୍ନଭଣ୍ଡାରର ଅନ୍ୟ ରତ୍ନ ଓ ଜିନିଷ ଗଣତିମଣତି ହେବ। ଶେଷରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଗଣତିମଣତି ହେବ। ୧୯୭୮ ମସିହାର ଗଣତିମଣତି ପୂର୍ଣାଙ୍ଗ ତାଲିକା ରହିଛି। ଏହି ତାଲିକା କ୍ରମାନ୍ବୟ ଅନୁଯାୟୀ ସମସ୍ତ ଅଳଙ୍କାର ଓ ଜିନିଷର ମେଳକ ହେବ। ଅଳଙ୍କାର ଓ ଜିନିଷର କେବଳ ଓଜନ, ମେଳକ, ଗଣତି କରାଯିବ। ମୂଲ୍ୟାୟନ ହେବ ନାହିଁ ।










