27.1 C
Bhubaneswar
Saturday, October 19, 2024
Homeଓଡିଶାପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ଭୁବନେଶ୍ୱର : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । ଆଜି ରାଜା ସାକେର ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ଭିତର ବେଢାର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ନୃସିଂହ ମନ୍ଦିର ଓ ଆନନ୍ଦ ବଜାରରୁ ଉତ୍ତୋଳନ କରାଯାଇଥିବା ଜଣାପଡୁଛି । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଭିତରେ ଛିଡା ହୋଇ ଯୁବ ଜଣଙ୍କ ସେଲ୍ଫି ମଧ୍ୟ ନେଇଛନ୍ତି । ଯେଉଁଥିରେ ଶ୍ରୀମନ୍ଦିର ଓ ନୃସିଂହ ମନ୍ଦିର ସ୍ପଷ୍ଟ ଭାବେ ଜଣାପଡୁଛି । ସେହିଭଳି ବଡଦାଣ୍ଡର ଫଟୋ ମଧ୍ୟ ଉତ୍ତୋଳନ କରାଯାଇଛି । ତେବେ କିଛି ଦିନ ତଳେ ଶ୍ରୀମନ୍ଦିର ବେଢାରେ ଛିଡା ହୋଇ ଫଟୋ ଉଠାଇ ପୋଷ୍ଟ କରିଥିବା ବେଳେ ଏବେ ଶ୍ରୀମନ୍ଦିର ଭିତର ଫଟୋ ଉତ୍ତୋଳନ କରିଛନ୍ତି । ଯାହା ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking