17.1 C
Bhubaneswar
Friday, February 13, 2026
Homeଓଡିଶାଶେଷ ହେଲା ରତ୍ନଭଣ୍ଡାର ଯାଞ୍ଚ

ଶେଷ ହେଲା ରତ୍ନଭଣ୍ଡାର ଯାଞ୍ଚ

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ। ଏହି ଯାଞ୍ଚର ଚୂଡାନ୍ତ ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରୁ ପରଦା ହଟିବ। ତେବେ ଦୁଇଟି ପର୍ୟ୍ୟାୟରେ ଏହି ଯାଞ୍ଚ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ଲେଜର ସ୍କାନିଂ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ଜିପିଆର୍‌ ସର୍ଭେ ଶେଷ ହୋଇଛି। ଶନିବାର ଏବଂ ରବିବାର ଦୁଇଦିନ ଧରି ଏଏସ୍‌ଆଇ ପକ୍ଷରୁ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରାଯାଇଥିଲା। ତେବେ ୩ ଦିନ ରାଡାର ସର୍ଭେ କରାଯିବ ବୋଲି ପୂର୍ବରୁ ଧାର୍ୟ୍ୟ ହୋଇଥିବା ବେଳେ ଏଏସ୍‌ଆଇର ଟେକ୍ନିକାଲ ଟିମ୍‌ ୨ ଦିନରେ ଏହି କାର୍ୟ୍ୟ ଶେଷ କରିଛନ୍ତି। ଫଳରେ ସୋମବାର ମହାପ୍ରଭୁଙ୍କ ଦର୍ଶନରେ କୌଣସି କଟକଣା ରହିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।
ରବିବାର  ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ ଚାଲିଥିଲା। ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍‌ କରିଛି ହାଇଦ୍ରାବାଦସ୍ଥିତ ଏନ୍‌ଜିଆର୍‌ଆଇ (ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ) ଟିମ୍‌। ସମସ୍ତ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଓ ଗ୍ରାଫକୁ ଏକତ୍ରିତ କରାଯାଇ ୭ଟି ପର୍ୟ୍ୟାୟରେ ଡାଟା ଆନାଲିସିସ ହୋଇ ଇମେଜ ତିଆରି ହେବ। ଡାଟା ଆନାଲିସିସ୍‌ ଲାବ୍‌ରେ ବିଶ୍ଲେଷଣ ପରେ ରିପୋର୍ଟ ବାହାରିବ ବୋଲି ଏନ୍‌ଜିଆର୍‌ଆଇ ରାଡାର ବିଶେଷଜ୍ଞ ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking