28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶରକେଟ ଓ ମିଶାଇଲ ପ୍ରସ୍ତୁତ କରୁଛି ଭାରତୀୟ ସେନା

ରକେଟ ଓ ମିଶାଇଲ ପ୍ରସ୍ତୁତ କରୁଛି ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ସମୟ ସହିତ ବିକାଶର ପଥ ପ୍ରସ୍ତୁତ କରୁଛି ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ରକୁ ଏହାର ଅସ୍ତ୍ରଗାରରେ ସାମିଲ କରୁଛି । ଭାରତୀୟ ସେନାର ଆର୍ଟିଲିରି ରେଜିମେଣ୍ଟର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ଏ କୁମାର କହିଛନ୍ତି ଯେ ସେନା ମଧ୍ୟ ଦୂର ଦୂରଗାମୀ ରକେଟ୍ ପ୍ରତି ଧ୍ୟାନ ଦେଉଛି । ଲେଫ୍ଟନାଣ୍ଟ ଜେନେରାଲ ଏ କୁମାର କହିଛନ୍ତି ଯେ ଆଗାମୀ ଦିନରେ ସ୍ୱଦେଶୀ ପିନାକା ରକେଟର ପରିସରକୁ ୩୦୦ କିଲୋମିଟରକୁ ବୃଦ୍ଧି କରିବାକୁ ସେନା ଯୋଜନା କରିଛି । ସେ ସୂଚନା ଦେଇଛନ୍ତି ଯେ ପ୍ରଳୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ନିର୍ବାଣ କ୍ଷେପଣାସ୍ତ୍ର ହାସଲ କରିବା ପାଇଁ ଭାରତୀୟ ସେନା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦରୁ ଅନୁମୋଦନ ଲାଭ କରିଛି । ଡିଆରଡିଓ ସଶସ୍ତ୍ର ବାହିନୀ ପାଇଁ ହାଇପରସୋନିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି । ଏହା ବ୍ୟତୀତ ୨୦୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ନିର୍ଭୟ ଏବଂ ୪୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ପ୍ରଳୟ ମିଶାଇଲ ଭଳି ଦୀର୍ଘ ଦୂରଗାମୀ କ୍ରୁଜ୍ ଏବଂ ବାଲାଷ୍ଟିକ୍ ମିଶାଇଲକୁ ଅସ୍ତ୍ରାଗାରରେ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି ।

ମିସାଇଲ୍ କାର୍ଯ୍ୟକ୍ରମ ବିଷୟରେ ଲେଫ୍ଟନାଣ୍ଟ ଜେନେରାଲ୍ କହିଛନ୍ତି, ଡିଆରଡିଓ ହାଇପରସୋନିକ୍ କ୍ଷେପଣାସ୍ତ୍ର ଉପରେ କାମ କରୁଛି ଏବଂ ଏହାର ବିକାଶ କାର୍ଯ୍ୟ ଜାରି ରହିଛି । ଆମର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସଠିକ୍ ବେଗରେ ଅଗ୍ରଗତି କରୁଛି, ଯେଉଁଥି ପାଇଁ ଡିଆର୍‌ଡିଓ ଦ୍ୱାରା ଅନୁସନ୍ଧାନ ଏବଂ ବିକାଶ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ସେନାରେ ସାମିଲ କରିବାର ଉଦ୍ଦେଶ୍ୟ ହେଉଛି ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ରର ପରିସର ବୃଦ୍ଧି କରିବା । ପିନାକା ରକେଟ୍ ବିଷୟରେ ଆଲୋଚନା କରି ଲେଫ୍ଟନାଣ୍ଟ ଜେନେରାଲ୍ କହିଛନ୍ତି, ପିନାକା ହେଉଛି ଆତ୍ମନିର୍ଭର ଅଭିଯାନର ଏକ ସଫଳ କାହାଣୀ । ଲେଫ୍ଟନାଣ୍ଟ ଜେନେରାଲ ଏ କୁମାର ମଧ୍ୟ ଗୁଳିଗୋଳା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଲୋଟର ମୁନିସନ୍‌, ସ୍ୱାର୍ମ ଡ୍ରୋନ୍‌, ରନୱେ ଇଣ୍ଡିପେଣ୍ଡେଣ୍ଟ ଆରପିଏଏସ୍ ଏବଂ ଏହି ଭଳି ଅନେକ ଜିନିଷ କିଣୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking