19.1 C
Bhubaneswar
Friday, February 13, 2026
Homeଓଡିଶାଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ବାଲୁଗାଁ : ଚିଲିକା ହ୍ରଦ ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଚିଲିକାର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ମଙ୍ଗଳାଯୋଡ଼ି ଅଞ୍ଚଳର ଚିଲିକା ଆକାଶରେ ବିଦେଶାଗତ ପକ୍ଷୀମାନେ ଦଳ ଦଳ ହୋଇ ଘୂରି ବୁଲି ଚାଲିଲା ବକ୍ଷରେ ଅବତରଣ କରୁଥିବା ଦେଖିବାକୁ ମିଳିଛି।ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଚିଲିକା ବନ୍ୟ ପ୍ରାଣୀ ବିଭାଗ ତରଫରୁ ମୋଟ ୨୧ ଗୋଟି ସ୍କ୍ବାଡ୍ ଗଠନ କରାଯାଇଛି। ବରଫାବୃତ୍ତ ଅଞ୍ଚଳ ହିମାଳୟ ସାଇବେରିଆ, ଋଷିଆ, ଲଦାଖ କାଜକିସ୍ଥାନ, ମଙ୍ଗୋଳିଆ, କାଷ୍ପିଆନ ସାଗର, ଆମେରିକା ଆଦି ଅଞ୍ଚଳରେ ପ୍ରବଳ ହୀମପ୍ରବାହ ସହ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବାକୁ ବିଭିନ୍ନ ପ୍ରଜାତିର ରଂଗ ବେରଂଗର ଏହି ପକ୍ଷୀମାନେ ହଜାର ହଜାର ମାଇଲ୍ ଅତିକ୍ରମ କରି ଆସି ଚିଲିକାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବିଦେଶାଗତ ପକ୍ଷୀମନେ ଚିଲିକାରେ ପାଦ ଥାପିବା ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ବିଦେଶାଗତ ପକ୍ଷୀମନଙ୍କ ଆଗମନ ଆରମ୍ଭ ହେଲାଣି। ଚିଲିକାର ଜଳସ୍ତର କମ ଥିବା ଅଞ୍ଚଳ ପକ୍ଷୀ ଅଭୟରଣ୍ୟ ନଳବଣ ଓ ମଙ୍ଗଳାଯୋଡ଼ି ଅଞ୍ଚଳକୁ ବିଦେଶାଗତ ପକ୍ଷୀମାନେ ନିଜର ବାସସ୍ଥାନ ଭାବେ ବାଛିନେଇ ବର୍ତ୍ତମାନ ଅବତରଣ କରୁଥିବା ଦେଖିବାକୁ ମିଳୁଛି। ବର୍ଷା ଦିନରେ ଜନ୍ମ ନେଇଥିବା ଛୋଟ ଛୋଟ ସରୀସୃପ ଓ କୀଟ ପତଙ୍ଗ, ମାଛ, କଙ୍କଡ଼ା ଆଦି ସାଧାରଣତଃ ବିଦେଶାଗତ ପକ୍ଷୀଙ୍କ ଆହାର ପାଲଟି ଥିବା ବେଳେ ଚିଲିକାର ନଳଘାସ ସେମାନଙ୍କ ବାସସ୍ଥାନ ପାଲଟିଛି।ଚିଲିକାରେ ଗତ ବର୍ଷ ପ୍ରାୟ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ବର୍ତ୍ତମାନ ଅକ୍ଟୋବର ପହିଲା ସୁଦ୍ଧା ପ୍ରଥମ ପର୍ୟ୍ୟାୟରେ ଚିଲିକାକୁ ଆଗମନ କରିଥିବା ବିଭିନ୍ନ ରଂଗ ବେରଂଗର ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ଇୟୁଜିଅନ୍ ୩୦ ଟି ଓ ଗଡୱାଲ୍ ୨୦ ଟି ପକ୍ଷୀ ଅଭୟାରଣ୍ୟ ନଳବଣରେ ଅବତରଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking