ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ ଧନୁଯାତ୍ରା । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼ କୋଟି । ଧନୁଯାତ୍ରାର ବୃତ୍ତ ଚିତ୍ର ପ୍ରସ୍ତୁତ କରିବ ଏନଏସଡି । ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କୁ ମିଳିବ ୧୦ ହଜାର । ପୋଷାକ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ୧୦ ହଜାର ଲେଖାଏଁ ମିଳିବ । ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏଲଇଡି ସ୍କ୍ରୀନିଂ ହେବ । ଧନୁଯାତ୍ରାକୁ ୟୁନେସ୍କୋର ଆନ୍ତର୍ଜାତିକ ମାନ୍ୟତା ପାଇଁ ଉଦ୍ୟମ ।