27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଯୌତୁକ ଦେଇ ନପାରିବାରୁ ଝିଅର ଶବ ପଠାଇଲେ ଶାଶୁଘର ଲୋକ

ଯୌତୁକ ଦେଇ ନପାରିବାରୁ ଝିଅର ଶବ ପଠାଇଲେ ଶାଶୁଘର ଲୋକ

ନୂଆଦିଲ୍ଲୀ: ଫିରୋଜାବାଦରେ ସନ୍ଦେହଜନକ ପରିସ୍ଥିତିରେ ଜଣେ ନବବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି । ଯୌତୁକ ପାଇଁ ଶାଶୁଘରଲୋକ ନବବିବାହିତଙ୍କୁ ହତ୍ୟା କରିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ମେନପୁରୀ ପୁଲିସ ଷ୍ଟେସନ ବିଛୱା ଗାଁର ତିସୌଲି ନିବାସୀ ଉଦୟବୀର ତାଙ୍କ ଝିଅ ଅନାମିକା (୨୮)ଙ୍କ ବିବାହ ରାମଗଡ ଗାଁର ବାସିନ୍ଦା ଅତୁଲଙ୍କ ସହିତ ଗତ୧୫ଦିନ ହେବ କରାଇଥିଲେ । ମୃତକଙ୍କ ବାପା ଉଦୟବୀର ଅଭିଯୋଗ କରି କହିଛନ୍ତି ଯେ,‘ ଅନାମିକା ବାହାଘରର ଗୋଟିଏ/ଦୁଇ ଦିନ ପରେ ତାର ଶାଶୁ ଏକ କାର ଯୌତୁକ ବାବଦକୁ ଦାବି କରିଥିଲେ । ଯଦି କାର ଦେଇ ପାରୁ ନାହା ତେବେ ୧୫ଲକ୍ଷ ଟଙ୍କା ଦେବାକୁ ଜିଦ କରିଥିଲେ ।

ମୁଁ ତାଙ୍କ ଜିଦ ରକ୍ଷା କରି ପାରି ନଥିଲି । କାରଣ ଯାହା ବି କିଛି ଅର୍ଥ ସଞ୍ଚୟ କରି ରଖିଥିଲି ସବୁକିଛି ଝିଅ ବାହାଘରରେ ଖର୍ଚ୍ଚ କରି ଦେଇଥିଲି । ଜ୍ୱାଇଁ ଅତୁଲ ବି ମୋତେ ଫୋନ କରି କହିଥିଲେ ଝିଅ ଅନାମିକାକୁ ବୁଝାଇ ଦିଅ ନଚେତ ମୁଁ ତାକୁ ମାରି ଦେବି । ତା’ପରେ ମୁଁ ଫୋନ କଲା ଠୁ ଜ୍ୱାଇଁ ଆଉ ଫୋନ ଉଠାଇ ନଥିଲେ । ତା’ପର ଦିନ ଫୋନ କରି କହୁଛନ୍ତି ତୁମ ଝିଅ ଜୀବନ ହାରି ଦେଇଛି । ମୁଁ ନିଶ୍ଚିତ ଯେ ଅନାମିକାକୁ ତାର ଶାଶୁଘର ଲୋକ ହତ୍ୟା କରିବା ପରେ ଫାଶୀରେ ଟାଙ୍ଗି ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନାମିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ବ୍ୟବଚ୍ଛେଦ ପରେ ଅନାମିକାର ଶାଶୁଘର ଲୋକ ମୃତଦେହ ନେବାକୁ ମନା କରି ଦେଇଥିଲେ । ମୁଁ ନିଶ୍ଚିତ ?ଯେ ଅନାମିକାର ଶାଶୁଘର ଲୋକଙ୍କ ଦାବି ମୁଁ ପୁରଣ କରି ନପାରିବାରୁ ?ସେମାନେ ମୋ ଝିଅକୁ ଶବ କରି ମୋ ପାଖକୁ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking