17.1 C
Bhubaneswar
Friday, December 20, 2024
Homeଦେଶ ବିଦେଶପତ୍ନୀ ପାଇଁ ଗ୍ରାହାକ ଯୋଗାଡ଼ କରୁଥିଲା ସ୍ୱାମୀ, ଶେଷରେ କ’ଣ ହେଲା ଜାଣନ୍ତୁ ....

ପତ୍ନୀ ପାଇଁ ଗ୍ରାହାକ ଯୋଗାଡ଼ କରୁଥିଲା ସ୍ୱାମୀ, ଶେଷରେ କ’ଣ ହେଲା ଜାଣନ୍ତୁ ….

ପ୍ୟାରିସ : ଗ୍ରାହକ ଯୋଗାଡ଼ କରି ନିଜ ପତ୍ନୀଙ୍କ ଦୁଷ୍କର୍ମ କରାଇବା ମାମଲାରେ ଫ୍ରାନ୍ସର ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ପତ୍ନୀଙ୍କୁ ନିଶାଦ୍ରବ୍ୟ ଖୁଆଇବା ପରେ ଇଣ୍ଟରନେଟ ମାଧ୍ୟମରେ ସେ ଗ୍ରାହକ ଯୋଗାଡ଼ କରୁଥିଲେ ଏବଂ ସେମାନଙ୍କୁ ନିଜ ଘରକୁ ଡାକି ଦୁଷ୍କର୍ମ କରାଇଥିଲେ । ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅନ୍ୟ ୫୦ ଜଣ ଗ୍ରାହକଙ୍କୁ ମଧ୍ୟ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଫ୍ରାନ୍ସର ଏବିଗ୍ନନ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୭୨ ବର୍ଷୀୟ ଅଭିଯୁକ୍ତ ସ୍ୱାମୀଙ୍କ ନାମ ଡୋମିନିକ ପୋଲିକୋଟ । ତାଙ୍କ ପତ୍ନୀ ଗିଜେଲ ପେଲିକୋଟଙ୍କ ସହ ୯୧ଟି ଦୁଷ୍କର୍ମ ମାମଲା ସାମ୍‌ନାକୁ ଆସିଥିଲା । ସେଥିରେ ୭୨ ଜଣଙ୍କୁ ଚିହ୍ନଟ କରାଯିବା ପରେ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଜଣେ ଅଭିଯୁକ୍ତ ଏଭଳି ଘଟଣା ପାଇଁ ଗିଜେଲଙ୍କୁ କ୍ଷମା ମାଗିଥିଲେ। ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ବିଚାର ହୋଇଥିଲା । ୨୦୧୧ରୁ ୨୦୨୦ ମଧ୍ୟରେ ଦୀର୍ଘ ୧୦ ବର୍ଷ ଧରି ଏଭଳି ଦୁଷ୍କର୍ମ ଘଟଣା ଘଟିଥିଲା । ଅଭିଯୁକ୍ତ ସ୍ୱାମୀ ଡୋମିନିକ୍ ପତ୍ନୀଙ୍କୁ ଖାଦ୍ୟ ସାମଗ୍ରୀରେ ଅଧିକ ମାତ୍ରାରେ ନିଶା ଦେଉଥିଲେ । ଯାହାଫଳରେ କି ଅପରାଧ ହେଉଥିବା ସମ୍ପର୍କରେ ସେ କିଛି ଜାଣିପାରୁ ନଥିଲେ । ଏପରିକି ପତ୍ନୀଙ୍କୁ ଅଜଣା ବ୍ୟକ୍ତି ଦୁଷ୍କର୍ମ କରୁଥିବାର ଭିଡିଓ ମଧ୍ୟ ସେ କରୁଥିଲେ । ୨୦୨୦ ସେପ୍େଟମ୍ବରରେ ଏକ ସପିଂ ମଲରେ ଡୋମିନିକ୍ ଗୋପନରେ ମହିଳାଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଧରାପଡିଥିଲେ । ତାଙ୍କ କମ୍ପ୍ୟୁଟର ଯାଞ୍ଚ କରିବା ପରେ ପତ୍ନୀଙ୍କ ଦୁଷ୍କର୍ମର ଭିଡିଓ ମିଳିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking