17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସ୍ତ୍ରୀକୁ କାଳୀ କହି ଥଟ୍ଟା କରୁଥିଲା ସ୍ୱାମୀ; ଶେଷରେ କ’ଣ ହେଲା ଜାଣନ୍ତୁ....

ସ୍ତ୍ରୀକୁ କାଳୀ କହି ଥଟ୍ଟା କରୁଥିଲା ସ୍ୱାମୀ; ଶେଷରେ କ’ଣ ହେଲା ଜାଣନ୍ତୁ….

କେରଳ : କେରଳର ମାଲାପୁରମରୁ ଆସିଛି ଏକ ବିଚିତ୍ର ଖବର। ସ୍ୱାମୀର ଥଟ୍ଟା ସହି ନପାରି ଜଣେ ୧୯ ବର୍ଷୀୟ ନବବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କ କଳା ରଙ୍ଗ ଏବଂ ଇଂରାଜୀରେ ଦୁର୍ବଳତା କାରଣରୁ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ତାଙ୍କୁ ବାରମ୍ବାର ଗାଳିଗୁଲଜ କରୁଥିଲେ। ଏହା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ସେ ଅବସାଦଗ୍ରସ୍ତ ହୋଇ ଗତ କିଛି ଦିନ ହେବ ଖାଇବା ଓ ଶୋଇବା ବନ୍ଦ କରିଦେଇଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କୋଣ୍ଡୋଟି ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ମୃତ ମହିଳାଙ୍କ ମୃତଦେହକୁ ଅଟକ ରଖି ବ୍ୟବଚ୍ଛେଦ କରାଯାଇଛି। ବୁଧବାର ସକାଳେ ପରିବାର ଲୋକେ ମୃତଦେହକୁ ପୋତି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସ୍ୱାମୀ ଓ ଶାଶୁଘର ଲୋକଙ୍କ ଲଗାତାର ମାନସିକ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ନବବଧୂର ପରିବାର ସଦସ୍ୟ କହିଛନ୍ତି ଯେ, ସେ ଠିକ୍ ଭାବେ ପାଠ ପଢ଼ୁନଥିବା କଲେଜ ପ୍ରଫେସରମାନେ ଜଣାଇବା ପରେ ସେମାନେ ଜାଣିବାକୁ ପାଇଥିଲେ। ସେ ତାଙ୍କ କ୍ଲାସରେ ଅନେକ ସମୟରେ ଦୁଃଖୀ ଦେଖାଯାଉଥିଲେ।

ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ରଙ୍ଗ ଏବଂ ଇଂରାଜୀରେ ଦକ୍ଷତା ଅଭାବରୁ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରୁଛନ୍ତି। ଅନେକ ଦିନ ହେବ ସେ ଠିକ୍ ଭାବେ ଖାଉନଥିଲେ କି ଶୋଇ ନଥିଲେ। ହେଲେ ଆଜି ସେ ଏପରି ଏକ ନିଷ୍ପତି ନେବେ ବେଲି କେହି କେବେ ଭାବି ନଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ସେମାନେ ତାଙ୍କୁ କାଉନସେଲିଂ ପାଇଁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିଲା। ଏହି ସମୟରେ ପରିବାର ଲୋକେ ତାଙ୍କୁ ଶ୍ୱଶୁର ଘରକୁ ନେଇଯାଇଥିଲେ। ସେଠାରେ ସେ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କୁ ଭେଟିଥିଲେ। ତାଙ୍କ ଶାଶୂ ଏମିତି କିଛି କଥା କହିଥିଲେ ଯାହା ତାଙ୍କୁ ବ୍ୟଥିତ କରିଥିଲା। ଏହାପରେ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ମଙ୍ଗଳବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking