25.6 C
Bhubaneswar
Thursday, March 27, 2025
Homeଦେଶ ବିଦେଶରୁମ୍‌ରେ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ବାହାରକୁ ଆସିଥିଲେ, ଶେଷରେ କ’ଣ ହେଲା ଜାଣନ୍ତୁ..

ରୁମ୍‌ରେ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ବାହାରକୁ ଆସିଥିଲେ, ଶେଷରେ କ’ଣ ହେଲା ଜାଣନ୍ତୁ..

ପୁରୀ: ନବଦମ୍ପତିଙ୍କ ପାଇଁ ହୋଟେଲ୍ ରୁମ୍ ବୁଝିଦେଲା । ରୁମ୍‌ରେ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ବାହାରକୁ ଆସିଥିବା ବେଳେ ବନ୍ଦ କୋଠରୀରେ ଅସଦାଚରଣ କଲା ଧରମ ମାମୁ । ଏନେଇ ମହିଳାଙ୍କ ବୟାନ୍ ଆଧାରରେ ବଳିଆପଣ୍ଡା ଥାନାରେ ଏତଲା ଦେଲେ ତାଙ୍କ ସ୍ୱାମୀ । ଏଭଳି ଏକ ଘଟଣା ବଳିଆପଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଧରମ ମାମୁ ହେଲେ ବାସେଳି ସାହି ଥାନା ଅଧୀନ ହାତୀଶାଳ ଅଞ୍ଚଳର ମୁନା ପଣ୍ଡା(୪୦) । ଦମ୍ପତି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଦମ୍ପତି ଲାଇଟ୍ ହାଉସ୍ ନିକଟରେ ଧରମ ମାମୁ ମୁନା ବୁଝିଥିବା ହୋଟେଲ୍‌ରେ ରହିଥିଲେ । ମହିଳାଙ୍କ ପାଇଁ କିଛି ଜିନିଷ କିଣିବାକୁ ତାଙ୍କ ସ୍ୱାମୀ ବାହାରକୁ ଆସିଥିଲେ । ରୁମ୍ ନମ୍ବର ୩୧୧ରେ ଏକାକୀ ଥିଲେ ମହିଳା । ଏହି ସମୟରେ ରୁମ୍ କବାଟ ଠକ୍ ଠକ୍‌? କରିଥିଲା ମୁନା । କବାଟ ଖୋଲିବା ବେଳେ ହଠାତ୍ ସେ ଭିତରକୁ ପଶିଯାଇଥିଲା । କବାଟ ବନ୍ଦ କରି ମହିଳାଙ୍କୁ କିସ୍ କରିଥିଲା ମୁନା । ମହିଳା ଜଣକ ଏହାକୁ ବିରୋଧ କରିବାରୁ ମୁନା ଅଶ୍ଳୀଳ ଭାଷାରେ ଗାଳି କରି କାହାକୁ ଏ ସମ୍ପର୍କରେ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି । ପରେ ସବୁ କଥା ଶୁଣି ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ଏନେଇ ଆଇଆଇସି ସଙ୍ଗିତା ଦାଶ କହିଛନ୍ତି, ଅଭିଯୁକ୍ତ ମୁନା ନିଶାରେ ଥିବା ବେଳେ କିଛି ଜାଣିପାରିନଥିବା ପୁଲିସକୁ କହିଛି । ମାମଲାରେ ତାକୁ ନୋଟିସ୍ ଦିଆଯାଇ ଛଡ଼ାଯାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking