ମୁମ୍ବାଇ: ମହାରାଷ୍ଟ୍ର ପାଲଘରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣକ ଯୁବତୀଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ। ବିବାହରେ ବିଳମ୍ବ ହେବା ନେଇ ଭାବୀସ୍ୱାମୀ ଆକ୍ରମଣ କରିଛନ୍ତି ଭାବିପତ୍ନୀଙ୍କୁ । ବିଏନଏସ ସେକ୍ସନ ୧୦୯ ଆଧାରରେ ଯୁବକଙ୍କୁ ଗିରଫ କରାଯାଇଛି। ୨୯ ବର୍ଷୀୟ ଅକ୍ଷୟ ପଟେଲ ଭାବିପତ୍ନୀଙ୍କ କାର୍ଯ୍ୟାଳୟକୁ ଯାଇ କରିଛନ୍ତି ଏହି କାଣ୍ଡ ।
ଯୁବତୀଙ୍କ ପରିଚୟ ଦେଇ ଅକ୍ଷୟ ପୀଡ଼ିତାଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ। ଏହାପରେ ବାହାଘର ବିଳମ୍ବ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହାପରେ ଅକ୍ଷୟ ନିଜ ପାଖରେ ଥିବା ଛୁରୀରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଯୁବତୀଜଣକ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ପାଖାପାଖି ଗୋଟିଏ ବର୍ଷ ପୂର୍ବରୁ ଅକ୍ଷୟ ଏବଂ ଯୁବତୀଙ୍କ ନିର୍ବନ୍ଧ ହୋଇସାରିଥିଲା। କିନ୍ତୁ ବିବାହକୁ ନେଇ ବିଳମ୍ବ ହେବାଯୋଗୁ ଯୁବକଜଣକ ରାଗି ଯାଇଥିଲେ । ଆଉ ରାଗରେ ନିଜ ଭାବୀପତ୍ନୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି ।










