ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛି । ସପ୍ତାହେ ହେଲା ଶିକାରୀ ଫାସରେ ପଡି କଲାରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ଶିକାରୀ ବନ୍ଧୁକରେ ପୁଣି ଏକ ଦନ୍ତାକୁ ହତ୍ୟା କରାଯାଇଛି । ଅନ୍ୟପଟେ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି । ସପ୍ତାହେ ହେଲା ଶିକାରୀ ଫାସରେ ପଡି କଲରାପତରିଆ ବାଗର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକରେ ପୁଣି ଏକ ଦନ୍ତାକୁ ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ ମାଣିକଯୋଡି ଗାଁର ବଳିଆପଶି ଅଞ୍ଚଳକୁ ଆସୁଥିବା ବେଳେ ଶିକାରୀମାନେ ତାକୁ ଗୁଳି କରିଥିଲେ । ଫଳରେ ହାତୀଟି ଗୁଳି ମାଡରେ ଟଳି ପଡିଥିଲା । ଆଜି ସକାଳେ ଘଟଣା ସଂପର୍କରେ ଜଣା ପଡିବା ପରେ ରେଞ୍ଜରଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ବାଘ ପରେ ହାତୀକୁ ହତ୍ୟା ଘଟଣା ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି ।










