18.1 C
Bhubaneswar
Sunday, February 8, 2026
Homeଓଡିଶାସର୍ଟ ସର୍କିଟରୁ ଜଳିଗଲା ହାଇୱା

ସର୍ଟ ସର୍କିଟରୁ ଜଳିଗଲା ହାଇୱା

ବାଲିପାଟଣା: ସର୍ଟ ସର୍କିଟରୁ ଜଳିଗଲା ହାଇୱା। ବାଲିପାଟଣା ଥାନା ଅନ୍ତର୍ଗତ ବେଙ୍ଗବତୀ ବସ୍ତି ନିକଟରେ ଗୁରୁବାର ଭୋର୍‌ରେ ଏକ ହାଇୱା ଗାଡ଼ିରେ ନିଆଁ ଲାଗି ଜଳି ଯାଇଛି। ବାଲିପାଟଣା ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନିମାପଡା ଥାନା ପାଟପୁରର ମମତାଜ ବେଗମଙ୍କ ନାମରେ ଥିବା ୧୨ ଚକା ବିଶିଷ୍ଟ ହାଇୱା ଗାଡ଼ିକୁ ସମ୍ପର୍କୀୟ ଭାଇଙ୍କ ହେପାଜତରେ ଦେଇଥିଲେ। ମଝିହରା ପଞ୍ଚାୟତ ବେଙ୍ଗବତୀ ବସ୍ତିର ସାହିଲ ସାହା ଗାଡି ଦାୟିତ୍ୱ ତୁଲାଉ ଥିଲେ।

ବୁଧବାର ସନ୍ଧ୍ୟାରେ କାମ ସରିବା ପରେ ଗାଁ ପାଖରେ ହାଇୱା ରଖା ଯାଇଥିଲା। ଗୁରୁବାର ଭୋର୍ ପ୍ରାୟ ୩ ଟାରେ ଚାଳକ ଭଡ଼ାରେ ଯିବା ପାଇଁ ବାହାରି ଥିଲେ। ହାଇୱା ଚାବି ଖୋଲି ଷ୍ଟାର୍ଟ କରିବା ସମୟରେ ହଠାତ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ।  ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁ ପ୍ରଭାବରେ ହାଇୱା କ୍ୟାବିନ ସହ ଇଞ୍ଜିନର ବହୁ ଅଂଶ ପୋଡ଼ି ଯାଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking