20.1 C
Bhubaneswar
Thursday, December 5, 2024
Homeଓଡିଶାଓପିଜିସିରେ ସର୍ବାଧିକ ବେତନ ୮୫.୫ ଲକ୍ଷ ଟଙ୍କା

ଓପିଜିସିରେ ସର୍ବାଧିକ ବେତନ ୮୫.୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ଶକ୍ତି ବିଭାଗ ଅଧିନସ୍ଥ ଓପିଜିସିରେ ୨୦୧୧ ମସିହା ଠାରୁ ମାର୍କେଟ ବେସ୍‍ଡ ସାଲାରୀ (ଏମ୍‍ବିଏସ୍‍) ଲାଗୁ କରାଯାଇଛି । ତଦନୁଯାୟୀ ଏଠାରେ ଇ୧୩ ଗ୍ରେଡ୍‍ ପାଇଁ ବେତନ ପରିମାଣ ୮୫ଲକ୍ଷ ୫୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଓପିଜିସିର ସର୍ବନିମ୍ନ ଦରମାର ଇ-୧ ଗ୍ରେଡ୍‍ ପାଇଁ ୧୦ଲକ୍ଷ ଟଙ୍କା ଥିବାବେଳେ ଇ-୧୩ ଗ୍ରେଡ୍‍ ପାଇଁ ୮୫.୫ ଲକ୍ଷ ଟଙ୍କ ଧାର୍ଯ୍ୟ କରାଯାଇଛି । ଏହି ବେତନ ରାଶିରେ ସମସ୍ତ ପ୍ରକାରର ବୈଧାନିକ ଦେୟ ଅର୍ନ୍ତଭୁକ୍ତ ରହିଛି । ଶକ୍ତି ବିଭାଗ ଅଧିନରେ ଥିବା ବିଭିନ୍ନ ଉଦ୍ୟୋଗ ଓ ସଂସ୍ଥା ଯଥା ଓପିଟିସିଏଲ୍‍, ଗ୍ରିଡ୍‍କୋ, ଓଡିଶା ଜଳବିଦ୍ୟୁତ୍‍ ନିଗମରେ ନିର୍ଦ୍ଦେଶକ ପଦବୀ ନିମନ୍ତେ ଏମବିଏସ୍‍ ବ୍ୟବସ୍ଥା ଲାଗୁ କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking