24.1 C
Bhubaneswar
Wednesday, January 21, 2026
Homeଓଡିଶାରାଉରକେଲା ବିମାନ କ୍ରାସ୍‌ର ଛାତିଥରା କାହାଣୀ

ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କାହାଣୀ

ଭୁବନେଶ୍ୱର: ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ। ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ସୁନିଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା। ପ୍ରତିକ୍ରିୟା ରଖି କହିଛନ୍ତି ଯେ ପାଇଲଟ୍‌ ବହୁତ ଚେଷ୍ଟା କରିଥିବାରୁ ଆମେ ବଞ୍ଚିଗଲୁ। ଅବତରଣର ୧୦ କିମି ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଲା। ଆଗ ପାହାଡ଼ ଆସିଲା, ପାଇଲଟ୍‌ ପାର କରାଇ ନେଲେ। ତାପରେ ବ୍ରାହ୍ମଣୀ ନଦୀ ଆସିଲା ତାହାକୁ ପାର୍‌ କରାଇ ନେଲେ। ତାପରେ ଫିଲ୍ଡ ଖୋଜିଲେ କେଉଁଠି କ୍ରାସ୍‌ କରାଇବେ। ଗାଁ ପାଖ ଫିଲ୍ଡ ଖୋଜି କ୍ରାସ୍‌ କରାଇଲେ ପାଇଲଟ୍‌। ପାଖରେ ଟ୍ରାନ୍ସଫର୍ମର ଥିଲା, ତାହାକୁ ବି ପାର୍‌ କରାଇ ଦେଲେ। ଗାଁ ଲୋକେ ପ୍ରଥମେ ଆସି ଆମକୁ ବାହାର କରିଦେଲେ। ୫ ମିନିଟ୍‌ ଭିତରେ ପ୍ରଶାସନ ପହଞ୍ଚିବାରୁ ଆମେ ବଞ୍ଚିଗଲୁ। ରାଜ୍ୟ ସରକାରଙ୍କ ତତ୍ପରତାକୁ ଧନ୍ୟବାଦ ଜଣାଉଛୁ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ଘଟଣାକୁ ଅନୁଧ୍ୟାନ କରିଥିବାରୁ କୃତଜ୍ଞତା। ପାଇଲଟ ନିଜ ଜୀବନକୁ ବିପଦରେ ପକାଇ ଆମ ଜୀବନ ବଞ୍ଚାଇଛନ୍ତି। ପାଇଲଟ ଆମ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ସମ୍ମାନିତ କରିବୁ।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ପଡ଼ିଆ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଥିଲା । ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିଲେ । ଆହତ ଏକ ଦମ୍ପତ୍ତି ସ୍ୱାମୀ ସୁନୀଲ ଅଗ୍ରଓ୍ୱାଲ ଏବଂ ସ୍ତ୍ରୀ ସବିତା ଅଗ୍ରଓ୍ୱାଲଙ୍କୁ ନିକଟରେ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ବାକି ଦୁଇ ଜଣ କ୍ୟାପଟେନ୍‌ ନବୀନ ଖାଡେଙ୍ଗା ଓ ତରୁଣ ଶ୍ରୀବାସ୍ତବ ଏବଂ ଦୁଇ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଓ ଅନିତା ସାହୁଙ୍କ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଥିଲା । ଗତ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲାଗତକାଲି ସୁସ୍ଥ ହୋଇ ଘରକୁ ଫେରିଥିଲେ ପାଇଲଟ୍ ନବୀନ କଡଙ୍ଗା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking