21.1 C
Bhubaneswar
Monday, December 22, 2025
Homeଓଡିଶାସମ୍ବଲପୁରରେ ବ୍ୟାପୁଥିବା ଜଣ୍ଡିସ୍‌ ରୋଗ ଉପରେ ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁରରେ ବ୍ୟାପୁଥିବା ଜଣ୍ଡିସ୍‌ ରୋଗ ଉପରେ ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର : ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ସମ୍ବଲପୁର ଜିଲା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କ ଉନ୍ନତି କାମନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ସମ୍ବଲପୁରରେ ସ୍ବାସ୍ଥ୍ୟଅଧିକାରୀଙ୍କୁ ଭେଟି ସମ୍ବଲପୁରରେ ବ୍ୟାପୁଥିବା ଜଣ୍ଡିସ୍‌ ରୋଗ ଉପରେ ସମୀକ୍ଷା କରିବେ ବୋଲି ମଧ୍ୟ ଜଣାପଡିଛି। ଏପରିକି ସେ ବୁର୍ଲା ମେଡିକାଲ ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି। ସମ୍ବଲପୁର ସହରରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ପଡ଼ାଗୁଡ଼ିକରେ ଡ୍ରେନ୍ ଭିତରେ ପାଣି ପାଇପ ଯାଇଥିବା ବେଳେ ତାହା ପରିବର୍ତ୍ତନ ହୋଇନାହିଁ । ସ୍ଥାନୀୟ ବିଧାୟକ ସମୀକ୍ଷା କରି ପାଇପ ବଦଳାଇବା ପାଇଁ କହିଛନ୍ତି ।ଅନ୍ୟପଟେ ସ୍ଥାନୀୟ ଲୋକ ପ୍ରଶାସନ ପଦକ୍ଷେପ ନେବାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜିଲ୍ଲାପାଳ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି । ସେ କହିଛନ୍ତି ଯେ, ଜଳ ବିଶୋଧନ କରି ଛଡ଼ାଯାଉଥିବା ବେଳେ ସର୍ଭେଲାନ୍ସ ଜାରି ରହିଛି । ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀମାନେ ପଡ଼ା ପଡ଼ା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଶରୀରରେ ଭୂତାଣୁ ପ୍ରବେଶ କରିବାର ୫୦ ଦିନ ଯାଏଁ ଜଣ୍ଡିସ୍ ବାହାରିବାର ଆଶଙ୍କା ଥାଏ । ତେବେ ହଠାତ୍ ସବୁ ଠିକ୍ ହେବ ନାହିଁ ଓ ପାଇପ ପରିବର୍ତ୍ତର୍ନର କାମ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking