11.1 C
Bhubaneswar
Friday, January 16, 2026
Homeଓଡିଶାଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ

ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଡିପଥେରିଆକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉଦ୍ୟମ ଜାରିରହିଛି । ସଂକ୍ରମଣର କାରଣ ମଧ୍ୟ ଖୋଜିବାକୁ ଚେଷ୍ଟା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଜଣ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଜଣେ ଗୁରୁତର ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪ରୁ ୫ ଜଣ ସନ୍ଦିଗ୍ଧ ଡିପ୍‌ଥେରିଆ ଚିହ୍ନଟ ହୋଇଛନ୍ତି। ତେବେ ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜିବା ଆରମ୍ଭ କରିଛି ସ୍ଵାସ୍ଥ୍ୟ ବିଭାଗ। ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ଯୋଗୁ ସଂକ୍ରମଣ ବ୍ୟାପିଲା, ତା’ର କାରଣ ଜାଣିବାକୁ ଉଦ୍ୟମ ହେଉଛି। ଏଥିପାଇଁ ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ଵାସ୍ଥ୍ୟ ବିଭାଗ।

ରୋଗ ପ୍ରତିରୋଧ ଶକ୍ତିର ପରୀକ୍ଷା ପାଇଁ ରୋଗୀଙ୍କ ନମୁନା ଲ୍ୟାବକୁ ପଠାଯାଇଥିବା ବେଳେ ଜିନମ୍ ସିକ୍ୱେନସିଂ ପାଇଁ ଆଇଏଲଏସ କିମ୍ବା ଆଇସିଏମଆର କୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ କହିଛନ୍ତି, ଏବେ ରାଜ୍ୟରେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି। ନୂଆ ମାମଲା ସାମ୍ନାକୁ ଆସିନି। ପୂର୍ବଦିନ ଭଳି ସେହି ୨୧ଟି ମାମଲା ରହିଛି। ରାୟଗଡା ହସ୍ପିଟାଲରେ କେହି ରୋଗୀ ନାହାନ୍ତି। ସମସ୍ତେ ସୁସ୍ଥ ହୋଇ ଘରକୁ ଗଲେଣି। ଭବାନୀପାଟଣାରେ ଯେଉଁ ୫ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ କାଶୀପୁର ଯାଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଡିପଥେରିଆ ରୋଗୀ। ବାକି ୨ ଜଣ ସାଧାରଣ ଥଣ୍ଡା ଜ୍ୱରରେ ପୀଡ଼ିତ। ସଂକ୍ରମିତ ଜିଲ୍ଲାର ଆଖପାଖ ଜିଲ୍ଲାରେ ମଧ୍ୟ ଥଣ୍ଡା, ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ବନ୍ଧୁଗାଁର ରୋଗୀ ମେଡିକାଲରେ ଭେଣ୍ଟିଲେଟରରେ ଅଛନ୍ତି। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking