30.1 C
Bhubaneswar
Friday, February 13, 2026
Homeଓଡିଶାଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାଟଣାଗଡ଼ : ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତା ସେତୁ ନିକଟରେ ଏକ ଗଛରେ ନିଖୋଜ ଥିବା ଗ୍ରାମର ଯୁବକ ଗୋପାଳର ଝୁଲନ୍ତା ମୃତଦେହ ଠାବ ହୋଇଛି। ସରମୁହାଣ ଗ୍ରାମର ଗୋପାଳ ମେହେର ନାମକ ଜଣେ ଯୁବକ ଗତ କାଲି ଠାରୁ ନିଖୋଜ ଥିଲେ। ଗୁରୁବାର ସକାଳୁ ସରମୁହାଣ-ଭଇଁଷା ଗ୍ରାମ ମଧ୍ୟରେ ଥିବା ସରମୁହାଣ, ସେତୁ ନିକଟରେ ଏକ ଜମି ନିକଟରେ ଥିବା ଏକ ଗଛରେ ତାଙ୍କ ମ୍ରୁତ ଦେହ ଝୁଲୁଥିବା ନେଇ କିଛି ଲୋକ ଦେଖିଥିଲେ। ପରେ ଏ ସମ୍ପର୍କରେ ତାଙ୍କ ପରିବାରବର୍ଗ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସକୁ ସୂଚନା ଦିଆ ଯାଇଥିବା ଜଣାପଡିଛି। ତେବେ ଏହାର କାରଣ, ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking