19.1 C
Bhubaneswar
Friday, February 13, 2026
Homeଓଡିଶାଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବୌଦ୍ଧ : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଶୁକ୍ରବାର ବୌଦ୍ଧ ସହର ଅନ୍ତର୍ଗତ ମର୍ଯାକୁଦର ତୁଳସୀକଣରେ ଘଟିଛିଅ ଏହି ଅଭାବନୀୟ ଘଟଣା । ଶୁକ୍ରବାର ବୌଦ୍ଧ ସହର ଅନ୍ତର୍ଗତ ମହାନଦୀ କୂଳରୁ ଝୁଲନ୍ତା ଅବସ୍ଥାରେ ଥିବା ଅଜଣା ଯୁବକଙ୍କ ଗଳିତ ମୃତଦେହକୁ ବୌଦ୍ଧ ପୋଲିସ୍ ଉଦ୍ଧାର କରିଛି। ତେବେ ମର୍ଯାକୁଦର ତୁଳସୀକଣ ନିକଟ ଦେଇ କିଛି ଲୋକ ଯାଉଥିବା ବେଳେ ଗଛରେ ଏକ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ବୌଦ୍ଧ ଥାନା ଆଇଆଇସି ରଞ୍ଜିତ କୁମାର ମୁନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ ପାଇଁ ପଠାଇଥିଲେ। ତେବେ ମୃତ ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ବୟସ ପାଖାପାଖି ୩୫ ହେବ ଓ ପ୍ରାୟ ୪ ଦିନ ତଳେ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ବୌଦ୍ଧ ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking