28.1 C
Bhubaneswar
Tuesday, June 10, 2025
Homeଓଡିଶାବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା । ସେ ବୃତ୍ତିରେ ଜଣେ ଡାକ କର୍ମଚାରୀ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା କୁହୁଡି ନିକଟରେ ସୋରଣ ଗ୍ରାମର ରଶ୍ମିତା ବେହେରା ବୁଗୁଡ଼ା ପୋଷ୍ଟ ଅଫିସରେ କିଛି ବର୍ଷ ହେବ କାର୍ଯ୍ୟରତ ଥିଲେ । ସେ ବୁଗୁଡ଼ାର ଅରବିନ୍ଦନଗରରେ ଭଡ଼ାରେ ରହୁଥିଲେ । ଗତକାଲି ରଶ୍ମିତା ରହୁଥିବା ଘରର କବାଟ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ଘର ମାଲିକ କବାଟ ବାଡ଼େଇ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ । ଏନେଇ ଘର ମାଲିକଙ୍କ ସନ୍ଦେହ ହୋଇଥିଲା । ଏହା ପରେ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଘରର କବାଟ ଭାଙ୍ଗି ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ଏହା ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking