34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି : ୮ ଇସ୍ରାଏଲୀ ସେନା ନିହତ

ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି : ୮ ଇସ୍ରାଏଲୀ ସେନା ନିହତ

ତେଲ୍‌ଆଭିଭ୍‌ : ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି ରହିଛି। ରାଜଧାନୀ ବେରୁତର ୭ଟି ସ୍ଥାନରେ ଜୋରଦାର ହମଲା ହୋଇଛି। ଇସ୍ରାଏଲ ବାୟୁସେନା ଦ୍ଵାରା ଏୟାର ଷ୍ଟ୍ରାଇକ୍ ସହ ବୋମାମାଡ ହୋଇଛି। ଆକ୍ରମଣରେ ୮ ଲେବାନନ ସେନା ନିହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଲେବାନନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ସେପଟେ ଏହି ଆକ୍ରମଣର ଜବାବରେ ଇରାନ ଉପରେ ଯେକୌଣସି ସମୟରେ ପ୍ରତିଆକ୍ରମଣ କରିବା ଲାଗି ଇସ୍ରାଏଲ ଚେତାବନୀ ଦେଇଛି। ଏଥିଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁରକ୍ଷାମୁଖ୍ୟଙ୍କ ସହିତ ବୁଧବାର ଜରୁରୀ ବୈଠକ କରିଛନ୍ତି।

ବୈଠକରେ ​‌ଦେଶର ଆଭ୍ୟନ୍ତରୀଣ ସୁରକ୍ଷା (ସିନ୍‌ ବେଟ୍‌) ମୁଖ୍ୟ ରୋନେନ୍‌ ବାର୍‌, ଗୁଇନ୍ଦା ବିଭାଗ ଓ ସ୍ବତନ୍ତ୍ର ସାମରିକ ଅଭିଯାନ (ମୋସାଦ) ମୁଖ୍ୟ ଡାଭିଡ୍‌ ବାର୍ନେଆ, ଆଇଡିଏଫ୍‌ ମୁଖ୍ୟ ହେର୍ଜି ହାଲେଭି ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ ଉପସ୍ଥିତ ଥିଲେ। ବୈଠକ ପରେ ଇସ୍ରାଏଲ ସେନା ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି ଯେ ଆମେ ଆମ ପସନ୍ଦର ସମୟ ନିର୍ଦ୍ଧାରଣ କରିବା ପରେ ପ୍ରତିଆକ୍ରମଣ କରିବୁ। ସେହିପରି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି ଯେ ଆମେ ଇରାନକୁ ଧୂଳିସାତ କରିଦେବୁ। ଆଗକୁ ଯେଉଁ ଯୁଦ୍ଧ ହେବ ସେଥିରେ ଇରାନ କିମ୍ବା ଇସ୍ରାଏଲ ମଧ୍ୟରୁ ଯିଏ ଜଣେ ହେଲେ ତିଷ୍ଠି ରହିବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇରାନର କୌଣସି ସ୍ଥାନ ଆମ ପାଇଁ ଅପହଞ୍ଚ ନୁହେଁ। ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଦମନ କରିବା ଲାଗି ଲେବାନନ୍‌ ଉପରେ ସ୍ଥଳପଥରେ ସୀମିତ ଅଭିଯାନ କରାଯାଇଛି।

ମାତ୍ର ଇରାନ ଆମ ଦେଶର ସମସ୍ତ ଅଞ୍ଚଳକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରିଛି। ଇରାନ ଉପରେ ପ୍ରତିଶୋଧ ନେବାକୁ କେବଳ ଇସ୍ରାଏଲ ନୁହେଁ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ମଧ୍ୟ ଏକଜୁଟ୍ ହୋଇଛନ୍ତି। ଆମେରିକା ମଧ୍ୟ କହିଛି ଯେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆମେ ଏବେ ଯୋଜନା କରୁଛୁ। ଇରାନ ଉପରେ କିପରି ଓ କେବେ ଆକ୍ରମଣ କରାଯିବ ସେ ବାବଦରେ ଆମେ ଚିନ୍ତା କରୁଛୁ ବୋଲି ଆମେରିକା ଉପ ବୈଦେଶିକ ମନ୍ତ୍ରୀ କୁର୍ଟ କାମ୍ପବେଲ କହିଛନ୍ତି। ଇରାନ ବିରୋଧୀ ଯୁଦ୍ଧରେ ଇସ୍ରାଏଲ ପଛରେ ଆମେରିକା ସହିତ ବ୍ରିଟେନ, ଫ୍ରାନ୍ସ, ଜୋର୍ଡାନ, ସାଉଦି ଆରବ ଓ ୟୁଏଇ ରହିଛନ୍ତି। ଭାରତ ମଧ୍ୟ ଇସ୍ରାଏଲକୁ ପରୋକ୍ଷ ସହଯୋଗ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking