17.1 C
Bhubaneswar
Friday, December 19, 2025
Homeଓଡିଶାବାପା ଉପରେ ଚଢ଼ିଗଲା ବର ଗାଡି

ବାପା ଉପରେ ଚଢ଼ିଗଲା ବର ଗାଡି

ବଲାଙ୍ଗୀର: ବରଯାତ୍ରୀଙ୍କ ଉପରେ ମାଡିଗଲା ବର ବସିଥିବା ଗାଡି । ଦୁର୍ଘଟଣାରେ ବାପାଙ୍କ ମୃତ୍ୟ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁର୍ଘଟଣା । ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି । ସୂଚନା ଅନୁସାରେ ଆମପାଳି ଗାଁରୁ ବେଲପଡ଼ ଥାନା ଅନ୍ତର୍ଗତ ମଣ୍ଡଳ ଗାଁରୁ ବରଯାତ୍ରୀ ଦଳ ଆସିଥିଲେ । ବାଣ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ଲୋକ ନାଚି ନାଚି ଯାଉଥିଲେ, ପଛରେ ଥିବା ବର ଗାଡ଼ିରେ ବସିଯାଉଥିଲେ । ରାତି ସାଢେ ୧୧ଟାରେ ହଠାତ୍ ବର ବସିଥିବା ଗାଡ଼ି ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ  ମାଡ଼ିଯାଇଥିଲା । ଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking