34.1 C
Bhubaneswar
Sunday, February 22, 2026
Homeଓଡିଶାନବବଧୂକୁ ନେଇ ପ୍ରେମିକ ଛୁ, ଖାଲି ହାତରେ ଫେରିଲା ବର

ନବବଧୂକୁ ନେଇ ପ୍ରେମିକ ଛୁ, ଖାଲି ହାତରେ ଫେରିଲା ବର

ବଲାଙ୍ଗୀର: ବିବାହ ସାରି କନ୍ୟାକୁ ସାଙ୍ଗରେ ଧରି ଘର ବାହୁଡୁ ଥିଲେ ବର । ହେଲେ ମଝି ରାସ୍ତାରେ ନବ ବଧୂଙ୍କୁ ବନ୍ଧୁକ ମୁନରେ ଉଠେଇ ନେଲେ ପୂର୍ବତନ ପ୍ରେମିକ। ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ଜଣେ ନବ ବିବାହିତ ମହିଳାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବର ବିବାହ ପାଇଁ ବଲାଙ୍ଗୀର ଜିଲ୍ଲାର କାମାକ୍ଷୀ ନଗରରୁ କଣ୍ଟାମାଲ ଅଞ୍ଚଳକୁ ବରଯାତ୍ରୀ ନେଇ ଯାଇଥିଲେ। ବିବାହ ଉତ୍ସବ ସରିବା ପରେ, କନ୍ୟା ଏବଂ ବର ତାଙ୍କ ଘରକୁ ଫେରୁଥିଲେ। ହେଲେ ବର ଗାଡିଟି ଫେରିବା ସମୟରେ କନ୍ୟାର ପୂର୍ବତନ ପ୍ରେମିକ ତାର କିଛି ସହଯୋଗୀଙ୍କ ସହ ଆସି ମଝି ରାସ୍ତାରୁ ବନ୍ଧୁକ ଦେଖାଇ କନ୍ୟାକୁ ଉଠାଇ ନେଇଥିଲେ। ପରେ ବର ଏବଂ ତାଙ୍କ ସାଥୀମାନେ ଅସହାୟ ହୋଇପଡ଼ିଥିଲେ। ଏହାପରେ ଘରକୁ ନଯାଇ ସିଧା ଥାନା ମୁହଁ ହୋଇଥିଲା ବର ଗାଡ଼ି। ବର ତରଭା ପୁଲିସ୍‌ ଷ୍ଟେସନରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking