ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରିଛନ୍ତି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି । ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର (ଗଞ୍ଜାମ-୨), ଗୋଳନ୍ଥରା ଠାରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଅଖି ମୁଠି ଅନୁକୂଳ କରିଛନ୍ତି ଏବଂ ରାଜ୍ୟବାସୀ ତଥା ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ଜ୍ଞାନ, ନବସୃଜନ ଓ ତାଲିମ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ଗୁରୁତ୍ୱପୂର୍ଣ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଛନ୍ତି । ଉପସ୍ଥିତ କୃଷକମାନଙ୍କ ସହ ରାଜ୍ୟପାଳ ଆଲୋଚନା କରି ସେମାନଙ୍କର ଅନୁଭବ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ କୃଷି କ୍ଷେତ୍ରରେ ଲାଭାନ୍ଵିତ ହେବା ପାଇଁ କୃଷକମାନେ ଆଧୁନିକ ପ୍ରଣାଳୀ ଓ ଜଳବାୟୁ ଅନୁକୂଳ ପଦ୍ଧତି ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ ।