18.1 C
Bhubaneswar
Monday, February 2, 2026
Homeଓଡିଶାତ୍ରିରଙ୍ଗା ଉଡାଇଲେ ରାଜ୍ୟପାଳ

ତ୍ରିରଙ୍ଗା ଉଡାଇଲେ ରାଜ୍ୟପାଳ

ଭୁବନେଶ୍ୱର: ତ୍ରିରଙ୍ଗା ଉଡାଇଲେ ରାଜ୍ୟପାଳ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ । ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧି ମାର୍ଗରେ ଚାଲିଛି ଭବ୍ୟ ପରେଡ । ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ। ପରେଡରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ଚମତ୍କାରର ସହିତ ଡେୟାର ଡେଭିଲ ସୋ ପ୍ରଦର୍ଶନ କରାଯାଉଛି । କୁନି କୁନି ପିଲଆ ଦେଖାଇଛନ୍ତି ସ୍କେଟିଂ କୌଶଳ । ୧୨୨ଟି ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଛି । ଅନ୍ୟପଟେ କଟକରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ କାର୍ଯ୍ୟାଳୟ ଏବଂ ରେଳ ସଦନ ଭଳି ପ୍ରମୁଖ ସରକାରୀ କୋଠାଗୁଡିକ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୁରକ୍ଷା ଦୃଷ୍ଟିରୁ ଟ୍ୱିନସିଟି ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking