27.1 C
Bhubaneswar
Sunday, March 29, 2026
Homeଓଡିଶାବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଅବପାତ ଅବସ୍ଥାରେ ଅଛି। ଗଭୀର ଅବପାତ ହୋଇନାହିଁ। ଆମେ ନିରନ୍ତର ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କରେ ଅଛୁ। ଅନେକ ସମୟରେ ଲଘୁଚାପ ଗତିପଥ ପରିବର୍ତ୍ତନ କରିଥାଏ। ଏଥର ମଧ୍ୟ କ’ଣ ତାହା ଆଗାମୀ ସମୟରେ ଜଣାପଡ଼ିବ। ବାତ୍ୟା ଓ ବର୍ଷା ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି।

ବିଭାଗୀୟ ଅଧିକାରୀମାନଙ୍କ ସହିତ କଥା ହୋଇଛୁ। ମୁଖ୍ୟ ଶାସନ ସଚିବ ଏନେଇ ଅବଗତ ଅଛନ୍ତି। ଆସନ୍ତାକାଲି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ବର୍ଷା ଓ ବିପରିତ ପରିସ୍ଥିତି ପାଇଁ ମୁକାବିଲା କରିବାକୁ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ଲୋକଙ୍କ ସହିତ ସରକାର ଓ ପ୍ରଶାସନ ରହିଛି। ବିଭାଗୀୟ ଅଧିକାରୀମାନଙ୍କ ସହିତ କଥା ହୋଇଛୁ। ମୁଖ୍ୟ ଶାସନ ସଚିବ ଏନେଇ ଅବଗତ ଅଛନ୍ତି। ଆସନ୍ତାକାଲି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ବର୍ଷା ଓ ବିପରିତ ପରିସ୍ଥିତି ପାଇଁ ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ଲୋକଙ୍କ ସହିତ ସରକାର ଓ ପ୍ରଶାସନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking