24.1 C
Bhubaneswar
Monday, February 9, 2026
Homeଓଡିଶାମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, କ୍ଷମତାରେ ରହିବାର ଅଧିକାର ନାହିଁ

ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, କ୍ଷମତାରେ ରହିବାର ଅଧିକାର ନାହିଁ

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଭୟଙ୍କର ଘଟଣା। ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡାର ବଳଙ୍ଗା ଥାନା ଅନ୍ତର୍ଗତ ବାଇଆବର ଅଞ୍ଚଳରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅଚେତ କରି ନିଆଁ ଲଗାଇ ଦେଲେ ତିନି ଦୁର୍ବୃତ୍ତ। ବାଲେଶ୍ବରର ଅଭାବନୀୟ ଘଟଣା ପରେ ମଧ୍ୟ ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟରେ ସମ୍ବେଦନଶୀଳତା ସୃଷ୍ଟି କରିପାରିଲେ ନାହିଁ ରାଜ୍ୟ ସରକାର। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବାରେ କ୍ରମାଗତ ଭାବେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ମୁହୂର୍ତ୍ତେ ମଧ୍ୟ କ୍ଷମତାରେ ରହିବାର ନୈତିକ ଅଧିକାର ନାହିଁ। ଉପମୁଖ୍ଯମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜଣେ ମହିଳା ହୋଇଥିବାରୁ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ମାମଲାରେ ବାଲେଶ୍ବର ଯାଇଥିଲେ ଏକ ଭଲ ବାର୍ତ୍ତା ଯାଇଥା’ନ୍ତା। ତା’ମଧ୍ୟ କଲେନାହିଁ। ଏବେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ପୁଣି ଏକ ଜଘନ୍ୟ ଅଭାବନୀୟ ଘଟଣା ଘଟିଲା। ଏପରି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ନାରୀ ନିର୍ଯାତନା ରାଜ୍ୟରେ ନିତିଦିନିଆ ହେଲାଣି। ଏହି ମର୍ମରେ ପିସିସି ପକ୍ଷରୁ ଘୋଷଣା କରାଯାଇଛି।

କଳାହାଣ୍ଡି ଗସ୍ତରେ ଥିବା ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏମ୍ସରେ ଚିକିତ୍ସିତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ କଂଗ୍ରେସ ନେତାକର୍ମୀଙ୍କ ଭିଡ ହୋଇଥିଲା। ଶୀକାନ୍ତ ଜେନା ଓ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ଅନନ୍ତ ସେଠି,ଦେବାଶିଷ ପଟ୍ଟନାୟକ,ମିନାକ୍ଷୀ ବାହିନୀପତି,ସୋଫିଆ ଫିରଧୋସ, ୟାସିର ନୱାଜ,ରଞ୍ଜିତ ପାତ୍ର,ଉଦିତ ପ୍ରଧାନ ଶିଘ୍ର ଏମ୍ସ ଯାଇ ଝିଅଟିର ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ବିଶେଷଜ୍ଞମାନେ ଝିଅଟିକୁ ବଞ୍ଚାଇବାକୁ ଯଥାସାଧ୍ୟ ଉଦ୍ୟମ କରୁଥିବା ଜଣାଇଥିଲେ। ପିସିସି ପକ୍ଷରୁ ଝିଅଟିର ଆଶୁ ଆରୋଗ୍ଯ କାମନା କରାଯାଇଛି। ସେହିପରି ଜିଆ ଉଲହକ,ମାନସ ରଞ୍ଜନ ଆଚାର୍ଯ୍ୟ,ପ୍ରକାଶ ମିଶ୍ର,ପ୍ରଦୀପ ମହାପାତ୍ର,ଦୀପକ ମହାପାତ୍ର,ସୁଦୀପ ସାମଲ,ଗାୟତ୍ରୀ ବିଶ୍ଵାଳ,ଜୟଶ୍ରୀ ପାତ୍ର,ମନିଷା ଦାଶ ପଟ୍ଟନାୟକ,ଗୀତାଞ୍ଜଳି ମହାନ୍ତି,ନଳିନୀ ନାୟକ,ନିରୁପମା ପାତ୍ର,ଶ୍ରୀୟାସ୍ମିତା ପଣ୍ଡା,କୁସୁମ ପ୍ରଧାନ,ସବିତା ଧିର, ଅଶୋକ ଦାସ, ପ୍ରମୁଖ ଏମ୍ସ ହସ୍ପିଟାଲ ଯାଇ ନାବାଳିକାର ପରିବାରକୁ ଭେଟି ସାନ୍ତ୍ଵନା ଜଣାଇଥିଲେ। କଂଗ୍ରେସର ଓଡିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଲ୍ଲୁ ମଧ୍ୟ ପାଟନାରୁ ନାବାଳିକାର ଆରୋଗ୍ଯ କାମନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking