16.1 C
Bhubaneswar
Tuesday, February 10, 2026
Homeଓଡିଶାସରକାର ବଦଳି ଗଲା ହେଲେ ବଦଳିଲା ନାହିଁ କୁଆଁସ ବ୍ରିଜର ଭାଗ୍ୟ

ସରକାର ବଦଳି ଗଲା ହେଲେ ବଦଳିଲା ନାହିଁ କୁଆଁସ ବ୍ରିଜର ଭାଗ୍ୟ

ଭଦ୍ରକ: ରାଜନୈତିକ ଛକାପଞ୍ଜାରେ ଛନ୍ଦି ହୋଇଛି କୁଆଁସ ବ୍ରିଜ । ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ସେତୁର କାର୍ଯ୍ୟ ଚାଲିଥିବା ବେଳେ ଏବେ ଜବରଦଖଲକାରୀଙ୍କ ଯୋଗୁଁ ପୋଲର ଦୁଇ ପାର୍ଶ୍ୱରେ ହୋଇପାରୁନି ରାସ୍ତା । ଫଳରେ ୧୫ ଟି ପଂଚାୟତର ୧୫ଟି ୱାର୍ଡର ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କୁଆଁସ ବ୍ରିଜ ଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଭଦ୍ରକ ସଦର ଵିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କ ଘରକୁ ମଧ୍ୟ ରାସ୍ତା। ତଥାପି ଏହି ପୋଲ ନିର୍ମାଣ ଓ ଆପ୍ରୋଚ ରୋଡ କାମ ମଧ୍ୟ ସରିବାରେ ଵିଳମ୍ବ ହେଉଛି । ଭଦ୍ରକ ସହର ନିକଟ କୁଆଁସ ସାଳନ୍ଦୀ ନଦୀ ଦେଇ ଯାଇଛି ଅର୍ଜୁନ ସେତୁ । ଏହି ସେତୁର ପୁନଃରୁଦ୍ଧାର ପାଇଁ ପୂର୍ବ ସରକାର ଗତ ୨୦୨୧ ମସିହାରେ ୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମଂଜୁର କରିଥିଲେ । ହେଲେ ସରକାର ବଦଳି ଗଲା ହେଲେ ବଦଳିଲା ନାହିଁ କୁଆଁସ ବ୍ରୀଜର ଭାଗ୍ୟ। ବିଜେଡି ବିଜେପି ଲଢେଇ ଭିତରେ ପାଞ୍ଚ ବର୍ଷ ବିତି ଯାଇଥିବା ବେଳେ ଏହି ବ୍ରୀଜର ନିର୍ମାଣ କାର୍ଯ୍ୟ ସରି ଯାଇଛି। ତେବେ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇ ପାରୁନି । ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ଦୁଇ ପାର୍ଶ୍ୱରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବା ବେଳେ ଗତ କିଛି ମାସ ପୂର୍ବେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜବର ଦଖଲକାରୀଙ୍କୁ ଚି଼ହ୍ନଟ କରାଯିବା ସହ ଉଛେଦ କରାଯିବାକୁ ନିଷ୍ପତି ନିଆ ଯାଇଥିବା ସତ୍ୱେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇ ପାରିନି । ଫଳରେ ଏହି ସେତୁ ଉପରେ ପ୍ରତିଦିନ ନିର୍ଭର କରି ଆସୁଥିବା ଲୋକମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ସେହିପରି ଏହି ସେତୁ ଦେଇ ସ୍କୁଲକୁ ଯାଉଥିବା କୁନି କୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ଯଥାଶୀଘ୍ର ଭଦ୍ରକ ଜ଼ିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବା ସହିତ ଦୁଇ ପାର୍ଶ୍ୱ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଲେ ଏହାର ସ୍ଥାୟୀ ସମାଧାନ ହେଵ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଅବରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସେତୁ କାର୍ଯ୍ୟ ଶେଷ କରି ଭଦ୍ରକବାସୀଙ୍କ ସେବାରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଭଦ୍ରକ ଜ଼ିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking