31.1 C
Bhubaneswar
Saturday, March 21, 2026
Homeଓଡିଶାସୁବର୍ଣ୍ଣା ସଂସ୍ଥା ଏବେ ଦୁବାଇ କମ୍ପାନୀ ଦ୍ୱାରା ବ୍ୟବସାୟ କରୁଛି

ସୁବର୍ଣ୍ଣା ସଂସ୍ଥା ଏବେ ଦୁବାଇ କମ୍ପାନୀ ଦ୍ୱାରା ବ୍ୟବସାୟ କରୁଛି

ଭୁବନେଶ୍ୱର: ରାଜ୍ୟରେ ଉତ୍ପାଦିତ ତୈଳବୀଜରୁ ତେଲ ବାହାର କରି ତାହାକୁ ବଜାରରେ ବିକ୍ରି କରିବାପାଇଁ ଗଠନ ହୋଇଥିବା ସୁବର୍ଣ୍ଣା ନାମକ ଏକ ଘରୋଇ ଶିଳ୍ପସଂସ୍ଥା ଏବେ ଦୁବାଇ ପ୍ରତିଷ୍ଠିତ କମ୍ପାନୀ ଦ୍ୱାରା ତାହାର ବ୍ୟବସାୟ କରୁଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୯୮୫ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଘରୋଇ କମ୍ପାନୀ ରାଜ୍ୟ ସରକାରଙ୍କ ଓଡିଶା ତୈଳ ନିଗମ ଜରିଆରେ ଉତ୍ପାଦିତ ତୈଳବୀଜକୁ ନେଇ ଖାଇବା ତେଲ ଉତ୍ପାଦନ କରି ଖାଉଟିମାନଙ୍କ ବିକ୍ରି କରୁଥିଲା । ଓଡିଶା ତୈଳ ନିଗମ ୨୦୦୦ ମସିହା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ବନ୍ଦହୋଇ ସାରିଛି । ସୁବର୍ଣ୍ଣା ତୈଳ ଉତ୍ପାଦନକାରୀ ସଂସ୍ଥା ଦୁବାଇ ପ୍ରତିଷ୍ଠିତ ଏକେଏମ୍‍ ଆଗ୍ରୋ ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ କମ୍ପାନୀ ଦ୍ୱାରା ତାର ବ୍ୟବସାୟ କରୁଛି ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଚଳିତ ବର୍ଷଠାରୁ ଆସନ୍ତା ୭ବର୍ଷ ପାଇଁ କେନ୍ଦ୍ର ସରକାର ଜାତୀୟ ତୈଳବୀଜ ମିଶନ ଗଠନ କରିଛନ୍ତି ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନ, ସମବାୟ ସମିତି ଓ କୃଷକ ଗୋଷ୍ଠି ଦ୍ୱାରା ତୈଳବୀଜ ଚାଷ ଏବଂ ଏଥିରୁ ତୈଳ ନିର୍ଗମନ ପାଇଁ ସରକାରୀ ପ୍ରୋତ୍ସାହନ ବ୍ୟବସ୍ଥା ରହିଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking