26.1 C
Bhubaneswar
Wednesday, February 11, 2026
Homeଓଡିଶାବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବା ଆମ ସରକାରଙ୍କ ଲକ୍ଷ୍ୟ : ମନ୍ତ୍ରୀ...

ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବା ଆମ ସରକାରଙ୍କ ଲକ୍ଷ୍ୟ : ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଭୁବନେଶ୍ୱର: ଓଡିଶାର ଶିଳ୍ପ ଶିକ୍ଷା ପ୍ରତିଷ୍ଠାନରୁ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଆଜି କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଯାଇଛି । ଏହି ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଆମ ଯୁବଶକ୍ତି ତାଙ୍କର କଠିନ ପରିଶ୍ରମ, ସଂକଳ୍ପ ଏବଂ କୌଶଳ ଦ୍ୱାରା ରାଜ୍ୟର ସ୍ୱାଭିମାନକୁ ସ୍ଥାନୀୟ ଏବଂ ଦେଶୀୟ ସହିତ ଆନ୍ତର୍ଜାତିକ ମଞ୍ଚରେ ଉନ୍ନତ କରିବାରେ ସଫଳ ହୋଇଛନ୍ତି । ମାନ୍ୟନୀୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସରକାର ରାଜ୍ୟରେ ଦକ୍ଷତା ବିକାଶର ପରିବେଶକୁ ଉତ୍ତମ କରିବା ପାଇଁ ପ୍ରତିବଦ୍ଧ । ଏହାକୁ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ, ଶିଳ୍ପଚାଳିତ ଏବଂ ନିଯୁକ୍ତି ଉପରେ ଧ୍ୟାନ ଦେଇ ସ୍କିଲିଂର ଗୁଣରେ ଉନ୍ନତି ଆଣିବା ପାଇଁ ଆମେ କାର୍ଯ୍ୟ କରିବୁ । ବିକଶିତ ଭାରତ ୨୦୪୭ର ବୃହତ ଜାତୀୟ ଆକାଂକ୍ଷାକୁ ପ୍ରତିଫଳିତ କରି ବିକଶିତ ଓଡିଶା ୨୦୩୬ ଗଠନରେ ଦକ୍ଷତା ବିକାଶ ବିଭାଗ କଠିନ ପରିଶ୍ରମ କରିବ ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା କହିଥିଲେ ଯେ ଏହା ଯୁବଶକ୍ତିଙ୍କ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭର ଓଡିଶା ଗଠନ କରିବାର ଯାତ୍ରାର ଆରମ୍ଭ । ଏହା ତାଙ୍କୁ ଭାରତର ଉନ୍ନତିରେ ମୁଖ୍ୟ ଭାବେ ଅବଦାନ କରିବାରେ ସାମର୍ଥ୍ୟଶାଳୀ କରିବ । କୁଶଳୀ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଅନୁପ୍ରାଣିତ ଏହି କାର୍ଯ୍ୟକ୍ରମ ଭାରତର ଅଭିବୃଦ୍ଧିରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରି ଏବଂ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡିଶାର ଯୁବଗୋଷ୍ଠୀ ସଫଳତାକୁ ଦୃଷ୍ଟାନ୍ତ କରିଛି । ଭାରତରେ ଚଳିତ ବର୍ଷ ଅଲ -ଇଣ୍ଡିଆ ଟ୍ରେଡ୍‌ ଟେଷ୍ଟ ଆୟୋଜିତ କରାଯାଇଥିଲା ଯେଉଁଥିରେ ସାରା ଦେଶରୁ ୧୯ ଲକ୍ଷରୁ ଅଧିକ ଆଇ.ଟି.ଆଇ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଓଡିଶାରୁ ୮୦,୦୭୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୭୧,୭୦୨ ଜଣ ସଫଳ ହୋଇଥିଲେ । ଏହା ମୋଟ ହାରର ୯୦ ପ୍ରତିଶତ ଓ ଏଥି ମଧ୍ୟରୁ ୫ ଜଣ ଉଦୀୟମାନ ଛାତ୍ରଛାତ୍ରୀ (ଦୁଇ ଜଣ ସୁଦକ୍ଷା) ସଫଳତାର ସୂଚକ ହୋଇ ୨୬ ଅକେଫାବରରେ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

କମ୍ପ୍ୟìଟର ଅପରେଟର ଏବଂ ପ୍ରୋଗ୍ରାମିଂ ଅସିଷ୍ଟାଣ୍ଟ ପାଠ୍ୟକ୍ରମରେ ତୁଳସୀ ଦାସ, େୱଲïର ପାଠ୍ୟକ୍ରମରେ ସରକାରୀ ପୁରୀର ଅନସୂୟା ପରିଡା ଓ ରାକେଶ ବେହେରା, ଇଲେକ୍‌ଟ୍ରିସିଆନ୍‌ ପାଠ୍ୟକ୍ରମରେ ସରକାରୀ ପୁରୀର ଜିକିରିଆ ଖାନ, ମେକାନିକ୍‌ ମୋଟର ଭେହିକଲ୍‌ ପାଠ୍ୟକ୍ରମରେ ସରକାରୀ ଫୁଲବାଣୀର ଚନ୍ଦନ ପ୍ରଧାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନ୍ୟ ୪୬ ଜାତୀୟ ଏବଂ ୬୮ ରାଜ୍ୟସ୍ଥରୀୟ ଟªରମାନଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା । ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ କ୍ଷେତ୍ରରେ ଉତ୍କର୍ଷତା ଆଡକୁ ଆଗେଇ ନେଇଥିବା ବିଭିନ୍ନ ଅନୁଷ୍ଠାନ, ପ୍ରଧାନଶିକ୍ଷକ ଏବଂ ଅଧ୍ୟାପିକାମାନଙ୍କ ଅମୂଲ୍ୟ ଅବଦାନକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଶଂସା କରିଥିଲେ । ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ତାକତପୁର ପରି ଅନୁଷ୍ଠାନମାନେ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେଇଥିଲେ । ବାଲେଶ୍ୱର ଏବଂ ବ୍ରହ୍ମପୁରରୁ ୯ଟି, ଭୁବନେଶ୍ୱରରୁ ୮ଟି ଏବଂ ତାକତପୁରରୁ ୫ଟି ଟ୍ରେଡ଼ରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ୟରେ ଶ୍ରେଷ୍ଠତା ଦର୍ଶାଇଥିଲେ । ଶେଷରେ ଅତିରିକ୍ତ ଶାସନ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking