ମୟୁରଭଞ୍ଜ: ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସ । ଝିଅ ପାଲଟୁଛି ସର୍ପକନ୍ୟା ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚକରାପାଳ ଗାଁରେ ।। ରବୀନ୍ଦ୍ର ସିଂଙ୍କ ଘର କାନ୍ଥରେ ନାଗ ସାପ ଦେଖାଯିବା ପରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ ଗାଁଲୋକେ । ଉଦ୍ଧାରକାରୀ ଟିମ୍ ପହଞ୍ଚି ସାପକୁ ଧରିବାକୁ ଚେଷ୍ଟା କରିବା ସମୟରେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଅଚାନକ ସାପ ଭଳି ଗର୍ଜନ କରିଥିଲେ । ଭୂଇଁରେ ଲୋଟି ପଡି ସାପ ଫଣା ଟେକିଥିଲେ । ମତେ ମାର ନାହିଁ, ମତେ ନିଅ ନାହିଁ, ମୁଁ ଯିବି ନାହିଁ କହି ଚିତ୍କାର କରିଥିଲେ । ଏହାକୁ ଦେଖିବା ପରେ ତାଜୁବ ହୋଇଯାଇଥିଲେ ଗାଁ ଲୋକେ । ଦିନକ ପୂର୍ବରୁ ପରିବାର ଲୋକେ ସାପକୁ ଦେଖି ବାଡ଼ିରେ ମାରିଥିଲେ କିନ୍ତୁ ସାପ ଟି ଖସି ପଳାଇଥିଲା । ଆଉ ଏହାପରେ ମୀନାକ୍ଷୀଙ୍କ ଦେହରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ପ୍ରାୟ ୨ ବର୍ଷ ହେବ ତାଙ୍କ ଦେହରେ ଏଭଳି ସାପ ଲାଗୁଥିବା କହିଛନ୍ତି ପରିବାର ଲୋକେ । ତେବେ ଏହା ଅନ୍ଧବିଶ୍ୱାସ ନା ଏହା ପଛରେ କିଛି କାରଣ ରହିଛି ତାହାର କାରଣ ଜାଣିବାକୁ ଚାହୁଛନ୍ତି ଗ୍ରାମବାସୀ ।